ଦିବ୍ୟା ଦେଶମୁଖ ରଚିଲେ ଇତିହାସ। ଫିଡେ ମହିଳା ବିଶ୍ୱ ଚେସ୍ ଚାମ୍ପିଅନସିପରେ ୧୯ ବର୍ଷୀୟା ଦିବ୍ୟା ଭାରତର ଖ୍ୟାତନାମା ଚେସ୍ ଖେଳାଳୀ କୋନେରୁ ହମ୍ପିଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଦିବ୍ୟା ଗଲା ବର୍ଷ ଜୁନିଆର ଗାର୍ଲ୍ସ ଓ୍ୱାର୍ଲଡ ଚାମ୍ପିଅନସିପ ବି ଜିତିଥିଲେ। ଆଉ ଭାରତର ଚେସ୍ ଅଲମ୍ପିଆଡ୍ ଜିତିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ। ଜର୍ଜିଆରେ ହେଉଥିବା ମହିଳା ଚେସ୍ ବିଶ୍ୱକପ ଫାଇନାଲରେ ଏହି ଜିତ୍ ସହ ଭାରତର ପ୍ରଥମ ମହିଳା ଚେସ୍ ଷ୍ଟାର୍ ବିବେଚିତ ହୋଇଛନ୍ତି। ଏହି ଜିତ୍ ସହ ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ବି ହୋଇଗଲେ ଦିବ୍ୟା। ଦିବ୍ୟାଙ୍କ ଏହି ସଫଳତା ଲାଗି ଚାରିଆଡୁ ଶୁଭେଛରା ସୁଅ ଛୁଟିଛି। ଜର୍ଜିଆର ବାଟୁମିରେ ଗଲା ୩ ସପ୍ତାହ ହେଲା ମହିଳା ଚେସ୍ ଓ୍ୱାର୍ଲଡକପ୍ ଚାଲିଥିଲା। ଯେଉଁଠି ଫାଇନାଲରେ ପହଞ୍ଚି ଦିବ୍ୟା ଦେଶମୁଖ ଇତିହାସ ରଚିଥିଲେ। ଏହା ପରେ ଭାରତର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କ ସହ ଫାଇନାଲରେ ତାଙ୍କ ଫାଇଟ୍ ହୋଇଥିଲା। ଏହା ତ ସ୍ପଷ୍ଟ ହୋଇସାରିଥିଲା ଯେ, ଯିଏ ବି ଜିତିଲେ ଏଥର ଭାରତୀୟ ହିଁ ମହିଳା ଚେସ୍ ବିଶ୍ୱକପରେ ଚାମ୍ପିଅନ ହେବେ। କିନ୍ତୁ ଏଥର ଯୁବା ପ୍ରତିଭା ଅନୁଭବୀ ଖେଳାଳୀଙ୍କୁ ପଛରେ ପକାଇଦେଲେ। ଶନିବାର ଓ ରବିବାର ଉଭୟଙ୍କ ଭିତରେ ମ୍ଯାଚ୍ ଡ୍ର ହୋଇଥିଲା। ଏଭଳି ସ୍ଥିତିରେ ଚାମ୍ପିଅନ କିଏ ହେବେ, ତାକୁ ସ୍ଥିର କରିବାକୁ ଟାଇବ୍ରେକ ର ପ୍ରକ୍ରିୟା ଆସିଥିଲା। ଫାଇନାଲର ପ୍ରାରମ୍ଭରୁ ଦୁଇଟି ଯାକ ମ୍ୟାଚ୍ କ୍ଲାସିକାଲ ଫର୍ମାଟରେ ଖେଳିଥିଲେ। କିନ୍ତୁ ଟାଇବ୍ରେକ ରାପିଡ୍ ଫର୍ମାଟରେ ଏହା ଖେଳା ହେବାର ଥିଲା। ଏଠାରେ ୩୮ ବର୍ଷୀୟା କୋନେରୁ ନିଜ ଜୁନିଅର ତୁଳନାରେ ଅଧିକ ମଝଭୁତ୍ ଥିଲେ। କାରଣ ଏ ଫର୍ମାଟରେ ସେ ଦିବ୍ୟାଙ୍କ ତୁଳନାରେ ଦମଦାର ଖେଳାଳୀ ଅଟନ୍ତି। କିନ୍ତୁ ସୋମବାର ଏହି ଟାଇବ୍ରେକ ମୁକାବିଲାରେ ବାଜି ପଲଟିଗଲା। ଦିବ୍ୟା ଏଭଳି ବାଜି ଚଳାଇଲେ ଯେ, କୋନେରୁ ତାଙ୍କ ଚାଲରେ ଫସିଗଲେ ଓ ଭୁଲ୍ କରିଦେଲେ। ଆଉ ଶେଷରେ ଟାଇବ୍ରେକରେ ଜିତି ବାଜି ମାରିନେଲେ ଦିବ୍ୟା। ଗଲା ଦେଢ଼ ବର୍ଷ ଭିତରେ ସଫଳତାପୂର୍ବକ ନୂଆ ଅଧ୍ୟାୟ ସୃଷ୍ଟି କରି ଚାଲିଛନ୍ତି ଦିବ୍ୟା। ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଦିବ୍ୟା।

Naxatra News is now on Whatsapp
Join and get latest news update delivered to you via whatsapp
Join Now