ଦିଲ୍ଲୀର ହୋଟେଲ ଲଳିତରେ ଟିଏମସି ସାଂସଦ ମହୁଆ ମୈତ୍ର ଓ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ନିଜ ବିବାହ ଉପଲକ୍ଷେ ଗ୍ରାଣ୍ଡ୍ ରିସିପସନ ପାର୍ଟି ଦେଲେ। ବିବାହ ଭୋଜିରେ ସୋନିଆ ଗାନ୍ଧୀ, ଅଖିଳେଶ-ଡିମ୍ପଲ ଯାଦବ, ପ୍ରିୟଙ୍କା ଚତୁର୍ବେଦୀ, ସୁପ୍ରିୟା ସୁଲେ ପ୍ରମୁଖ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା। ମେ ୩୦ରେ ଜର୍ମାନୀରେ ନିରାଡ଼ମ୍ୱର ବିବାହ କରିଥିଲେ ଏହି ଦୁଇ ନେତା। ବିବାହର ଦୁଇ ମାସ ପରେ ଏହି ଦମ୍ପତ୍ତି ବିବାହ ଭୋଜି ଦେଇଛନ୍ତି। ନବବିବାହିତ ଯୋଡ଼ିଙ୍କୁ ବେଶ୍ ଷ୍ଟାଇଲିସ୍ ଅନ୍ଦାଜରେ ଦେଖାଯାଇଥିଲା। ମହୁଆ ସୁନେଲୀ ଧାଡ଼ିର ନାଲି ଶାଢ଼ୀ ସହ ପାରମ୍ପରିକ ସୁନାର ଆଭୂଷଣ ପରିଧାନ କରିଥିଲା ବେଳେ ପିନାକୀ ପାରମ୍ପରିକ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ସୋସିଆଲ ମିିଡିଆରେ ଭାଇରାଲ ହେଉଥିବା ଫଟୋରେ ଏହି ଯୋଡ଼ିଙ୍କ ବିବାହ ଭୋଜିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିବା ଦେଖାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ନବବିବାହିତଙ୍କୁ ଶୁଭକାମନା ଜଣାଇଛନ୍ତି। ଟିଏମସି ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ ଇନଷ୍ଟାଗ୍ରାମରେ ରିସପସନର ଅନେକ ଫଟୋ ସେୟାର କରିଛନ୍ତି। ଡିନର ଟେବୁଲରେ ଅନେକ ଦିଗଜ୍ଜ ନେତାଙ୍କ ଆସର ଦେଖିବାକୁ ମିଳିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now