ପେଶାରେ ନର୍ସ ଥିଲେ। ହଷ୍ଟେଲରୁ ଉଠାଇନେଇଥିଲେ ଆତଙ୍କବାଦୀ। ୪ ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ଶେଷରେ ଶ୍ରୀନଗର ଡାଉନଟାଉନରୁ ମିଳିଥିଲା ଶବ। କାଶ୍ମୀରି ପଣ୍ଡିତ ସରଳା ଭଟ୍ଟଙ୍କ ଏହି ମର୍ଡର କେସ୍ ପୁଣି ରି-ଓପନ୍ ହୋଇଛି। ୩୫ ବର୍ଷ ପରେ ଜମ୍ମୁକଶ୍ମୀର ଲିବରେସନ ଫ୍ରଣ୍ଟ୍ ବା ଜେକେଏଲଏଫର ପୂର୍ବତନ ପ୍ରମୁଖ ୟାସିନ ମଲ୍ଲିକଙ୍କ ଘରେ ରେଡ୍ କରିଛି ତଦନ୍ତକାରୀ ଏଜେନ୍ସି।

କଶ୍ମୀର ପଣ୍ଡିତଙ୍କ ଘରେ ଜନ୍ମିତ ସରଳା। ଆତଙ୍କବାଦୀ ଫର୍ମାନ୍ ଜାରି କରିଥିଲେ। ଧର୍ମ ପରିବର୍ତ୍ତନ କର। ନଚେତ କଶ୍ମୀର ଛାଡ଼। କଶ୍ମୀର ନ ଛାଡ଼ିଲେ ମରିବାକୁ ପ୍ରସ୍ତୁତ ରୁହ। ଏଭଳି ପୋଷ୍ଟର ହିନ୍ଦୁଙ୍କ ଘର ବାହାରେ ମାରୁଥିଲେ ଆତଙ୍କବାଦୀ। ସ୍କିମସ ବା ଶେର-ଏ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ନର୍ସ ଭାବେ କାମ କରୁଥିଲେ ସରଳା। ଏହି ହସ୍ପିଟାଲରେ ଅବଦ୍ଦୁଲ ଅହଦ ଗୁରୁ ଓ ଜେକେଏଲଏଫର ଡେପୁଟି କମାଣ୍ଡର ହାମିଦ୍ ଶେଖ୍ ସକ୍ରିୟ ଥିଲେ। ସରଳା ପୁଲିସ ଇନଫର୍ମର ବୋଲି ଉଭୟଙ୍କ ସନ୍ଦେହ ହେବାରୁ ଚାକିରୀ ଛାଡ଼ିଦେବାକୁ ବାରମ୍ୱାର ଧମକ ଦେଉଥିଲେ। ଏପ୍ରିଲ ୧୪, ୧୯୯୦। ହଷ୍ଟେଲରୁ ଆତଙ୍କବାଦୀ ସରଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଏହା ପରେ ଅମାନବୀୟ ଢଙ୍ଗରେ ଶରୀରକୁ ଖଣ୍ଡଖଣ୍ଡ କରି ହାଣିଥିଲେ। ଏପ୍ରିଲ ୧୯ରେ ସରଳାଙ୍କ କ୍ଷତବିକ୍ଷତ ଶବ ମିଳିଥିଲା। ଯେଉଁଥିରେ କ୍ରୁର ଯୌନଶୋଷଣ, ଗୁଳିର ଚିହ୍ନ ଜଳଜଳ କରି ଦିଶୁଥିଲା। ସରଳାଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକେ ନେଇକି ଯାଉଥିଲା ବେଳେ ଆତଙ୍କବାଦୀ ପରିଜନଙ୍କ ଉପରେ ବୋମା ଆକ୍ରମଣ କରିଥିଲେ। ସରଳାଙ୍କ ଘରେ ନିଆଁ ଲଗାଇଦେଇଥିଲେ। ଦୀର୍ଘ ୩୫ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିଲେ ସରଳାଙ୍କ ପରିବାର।

ଆଉ ଆଜି ଏହି ହତ୍ୟାକାଣ୍ଡ ପଛରେ ଜେକେଏଲଏଫ ସହ ଜଡ଼ିତ ଅନେକ ଲୋକଙ୍କ ଘର ଓ ଠିକଣାରେ ରେଡ୍ କରିଛି ତଦନ୍ତ ଏଜେନ୍ସି। ସ୍ପେଶିଆଲ ଇନଭେଷ୍ଟିଗେସନ ଏଜେନ୍ସି ଏହାର ଛାନଭିନ୍ ଆରମ୍ଭ କରିଛି। ତେବେ କେମିତି ଖୋଲିଲା ସରଳା ଭଟ୍ଟ ମର୍ଡର କେସର ଫାଇଲ୍। କଶ୍ମୀରରେ ଶତାଧିକ କଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାର ତଦନ୍ତ ଲାଗି ହୋଇଥିବା ଆବେଦନକୁ ୨୦୧୭ରେ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ତତ୍କାଳୀନ ସିଜେଆଇ ଜେଏସ ଖେହର ଓ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ତର୍କ ଦେଇ ଖାରଜ କରିଥିଲେ କି, ଘାଟିରୁ ପୀଡ଼ିତଙ୍କ ପଳାୟନକୁ ୨୭ ବର୍ଷ ବିତିସାରିଲାଣି। ଏହା ସହ ଜଡ଼ିତ ପ୍ରମାଣ ମିଳିବାର ସମ୍ଭାବନା ବହୁତ୍ କମ୍। ୨୦୨୩ରେ ହତ୍ୟାକାଣ୍ଡର ଯାଞ୍ଚ ଲାଗି ଦାବି କରୁଥିବା ସଂସ୍ଥାର କ୍ୟୁରେଟିଭ୍ ଆବେଦନକୁ ବି ଖାରଜ କରିଦିଆଗଲା। ଏହାର ୨ ମାସ ପରେ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଶାସନ ଜଜ୍ ହତ୍ୟାକାଣ୍ଡକୁ ପୁଣି ଥରେ ଖୋଲିଥିଲେ। ଆଉ ଏହା ସହ ସଙ୍କେତ ଦେଇଥିଲେ ଯେ, ବାକି ମାମଲାର ବି ରି-ଓପନ୍ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now