ଓ୍ୱାର-ଟୁ VS କୁଲି : ବକ୍ସ ଅଫିସରେ କାହାର କ୍ରେଜ୍ ?

ସୁପରଷ୍ଟାର ରଜନୀକାନ୍ତ ବୁଧବାର ନିଜ ଫିଲ୍ମ କ୍ୟାରିଅରର ୫୦ ବର୍ଷ ପୂରଣ କଲେ। ଆଉ ଆଜି ଗୁରୁବାର ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ କୁଲି ରିଲିଜ୍ ହୋଇଛି। ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ କୁଲି ଦେଖିବାକୁ ହଲରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ଥିଏଟର୍ସରେ ଫ୍ୟାନ୍ସ ନାଚୁଥିଲେ ତ କିଏ ସିଟି ମାରି କମ୍ପାଉଥିଲେ। କୁଲିର ସଫଳତା କାମନା ସହ ଓ ରଜନୀଙ୍କ ଫିଲ୍ମ କ୍ୟାରିଅରର ହାଫ୍ ସେଞ୍ଚୁରୀକୁ ସେଲିବ୍ରେସନ କରୁଥିଲେ। ଗୋଟିଏ ପଟେ ହ୍ରିତିକ ରୋଶନ- ଜୁନିୟର ଏନଟିଆରଙ୍କ ଷ୍ଟାର ଓ୍ୱାର-୨ ଭଳି ବଡ଼ ଫିଲ୍ମ। ଅନ୍ୟ ପଟେ ରଜନୀଙ୍କ କୁଲି। ଓ୍ୱାର-ଟୁରେ ଜୁନିୟର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି। ଆଉ ହ୍ରିତିକଙ୍କ ତେଲୁଗୁ ସିନେମାରେ ପ୍ରଥମ ଏଣ୍ଟ୍ରି। କୁଲିର କ୍ରେଜ ସିନେମାଘରେ ଜବରଦସ୍ତ ଦେଖିବାକୁ ମିଳିଛି। ଥାଲାଇଭାଙ୍କୁ ବଡ଼ ସ୍କ୍ରିନରେ ଦୀର୍ଘ ଦିନ ପରେ ଦେଖି ଫ୍ୟାନ୍ସ ଯେମିତି ପୁରା ଦିଓ୍ୱାନା ହୋଇଯାଇଥିଲେ। ଫିଲ୍ମର ଟାଇଟଲ କାର୍ଡରେ ରଜନୀଙ୍କ ଫିଲ୍ମ କ୍ୟାରିଅରର ଫିଫଟି ୟିଅର କମ୍ପ୍ଲିଟର ଝଲକ ଦେଖି ଦର୍ଶକ ଏକ୍ସସାଇଟେଡ୍ ହୋଇଯାଇଥିଲେ। ଚଳିତ ସପ୍ତାହ ଆରମ୍ଭରୁ ୟଶରାଜ ଫିଲ୍ମ ପୁରା ଭାରତରେ ସମସ୍ତ ସିଙ୍ଗଲ, ଡୁଆଲ ଓ ଟ୍ରିପଲ ସ୍କ୍ରିନ ଥିଏଟର୍ସରେ ଶତପ୍ରତିଶତ ସୋ ବୁକ୍ କରିସାରିଥିଲା ଏଥିରେ କୁଲି ରିଲିଜ ପରେ ଅଧିକ ସିନେମାଘରେ ପହଞ୍ଚିପାରିବ କି ନାହିଁ ଆଶଙ୍କା ଥିଲା। କିନ୍ତୁ କୁଲିକୁ ନେଇ ଆଡଭାନ୍ସ ବୁକିଂ ବଢ଼ିବାରୁ ଗଲା ୪ ଦିନ ହେଲା ଏହାର କଲେକ୍ସନ ଜବରଦସ୍ତ ରହିଲା। କୁଲିରେ ଗୋଲ୍ଡ ସ୍ମଗଲର ରୋଲ୍ କରୁଛନ୍ତି ରଜନୀ। ଯିଏ ନିଜ ପୁରୁଣା ଗ୍ୟାଙ୍ଗକୁ ପୁଣି ଥରେ ସକ୍ରିୟ ଲାଗି ଜୁଟିଥିବା ବେଳେ ତାଙ୍କ ରାସ୍ତାରେ ଅନେକ ପ୍ରତିବନ୍ଧକ ଆସୁଛି। ଓ୍ୱାର-ଟୁ ୟଶରାଜ୍ ଫିଲ୍ମ ବ୍ୟାନରରେ ନିର୍ମିତ ସ୍ପାଏ ଥ୍ରୀଲର ଓ୍ୱାର-ଟୁ କୁ ଆୟାନ ମୁଖାର୍ଜୀ ନିର୍ଦେଶନା ଦେଇଛନ୍ତି। ଫିଲ୍ମରେ ପ୍ରଥମ ଥର ହ୍ରିତିକ ଓ ଜୁନିଅର ଏନଟିଆରଙ୍କ ଫେସ୍ ଅଫ୍ ଦେଖିବାକୁ ମିଳିଛି। କିଆରା ଆଡ଼ଭାନୀଙ୍କ ଗ୍ଲାମର ସହ ଆକ୍ସନ ଦେଖିଛନ୍ତି ଫ୍ୟାନ୍ସ। ରଜନୀଙ୍କ ଫିଲ୍ମ କ୍ୟାରିଅରରେ ୫୦ ବର୍ଷ ପୂର୍ତ୍ତିକୁ ନେଇ କମଲ ହାସନ, ମାମୁଟି, ଲୋକେଶ କନଗରାଜ, ଅନିରୁଦ୍ଧ ରବିଚନ୍ଦର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଗୋଲଡେନ ଜୁବଲିରେ କୁଲି ଅପାର ସଫଳତା ହାସଲ କରି ଥାଲାଇଭାଙ୍କ ପ୍ରତିଭାକୁ ସମ୍ମାନ ଦେଉ ବୋଲି ଅଗଣିତ ଶୁଭେଛୁ ଓ ଫ୍ୟାନ୍ସ ଆଶା କରିଛନ୍ତି। ତେବେ ଓ୍ୱାର-ଟୁ ଓ କୁଲି ଭିତରେ ବକ୍ସଅଫିସରେ କିଏ ଅଧିକ ଧମାଲ୍ କରୁଛି, ତାହା ଉପରେ ସମସ୍ତଙ୍କ ନଜର। ସ୍ୱାଧୀନତା ଦିବସ ପୂର୍ବଦିନ ଉଭୟ ଫିଲ୍ମ ରିଲିଜ୍ ହୋଇଥିବାରୁ ବକ୍ସଅଫିସ କଲେକ୍ସନକୁ ନେଇ ଆରମ୍ଭ ହୋଇଗଲାଣି କମ୍ପାୟାର।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *