ମାଉ ବିଧାୟକ ଆବାସ ଅନସାରୀଙ୍କୁ ହେଟ୍ ସ୍ପିଚ୍ ମାମଲାରେ ଆଶ୍ୱସ୍ତ ମିଳିଛି। ଆହ୍ଲାବାଦ ହାଇକୋର୍ଟ ଆବାସ ଅନସାରୀଙ୍କ ସଜ୍ଜା ସ୍ଥଗିତ ଆବେଦନକୁ ଅନୁମତି ଦେଇଛନ୍ତି। ଅନସାରୀଙ୍କୁ ମିଳିଥିବା ସଜ୍ଜା ଉପରେ ହାଇକୋର୍ଟ ରୋକ୍ ଲଗାଇଦେଇଛନ୍ତି। ଏହି ରାୟ ପରେ ଏବେ ମାଉର ସଦର ବିଧାନସଭା ଆସନରେ ଉପନିର୍ବାଚନ ହେବନି। ଜଷ୍ଟିସ ସମୀର ଜୈନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ରାୟ ପରେ ଅନସାରୀ ନିଜ ବିଧାନସଭାର ସଦସ୍ୟତା ଫେରିପାଇବାର ବାଟ ଖୋଲିଛି। ଅନସାରୀଙ୍କୁ ଘୃଣା ମନ୍ତବ୍ୟରେ ୨ ବର୍ଷର ଦଣ୍ଡାଦେଶ ଦେଇଥିଲେ ଏମପି-ଏମଏଲଏ କୋର୍ଟ। ଗଲା ମେ ୩୧ରେ ଏହି ସଜ୍ଜା ଶୁଣାଇଥିଲେ ଏମପି-ଏମଏଲଏ କୋର୍ଟ। ଜୁନ୍ ପହିଲା ୨୦୨୫ରେ ବିଧାୟକ ପଦ ରଦ୍ଦ ହୋଇଥିଲା। ସେସନ କୋର୍ଟ ସଜ୍ଜା ଉପରେ ଯେଉଁ ରୋକ୍ ଲଗାଇନଥିଲେ ତାହା ଠିକ୍ ନଥିଲା। ଅନସାରୀ ୨୦୨୨ରେ ଦେଇଥିବା ଭାଷଣ କୌଣସି ଅପରାଧିକ ତତ୍ତ୍ୱ ଉପରେ ପର୍ଯ୍ୟବେସିତ ନଥିଲା। ଅନସାରୀ ବିଧାନସଭା ନିର୍ବାଚନରେ ପ୍ରଚାର ବେଳେ କହିଥିଲେ, ସପା ସତ୍ତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଏଭଳି ଭାଷଣ ଦେବା ବେଳେ ମଞ୍ଚରେ ଅନସାରୀଙ୍କ ସହ ଉପସ୍ଥିତ ଥିବା ନିର୍ବାଚନ ଏଜେଣ୍ଟ ମନସୁର ଅନସାରୀଙ୍କୁ ବି ମାମଲାରେ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଯାଇଥିଲା। ମୁକ୍ତାନ ଅନସାରୀଙ୍କ ପୁଅ ହେଉଛନ୍ତି ଆବାସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now