ସୁସ୍ଥଥିବା ସତ୍ତ୍ୱେ କାହିଁକି ହୃଦଘାତର ଶିକାର ହେଉଛନ୍ତି ଅଭିନେତା ?

ଫିଟ୍ ଆଣ୍ଡ ଫାଇନ ଥିବା ସତ୍ତ୍ୱେ କାହିଁକି ହୃଦଘାତର ଶିକାର ହେଉଛନ୍ତି ବଲିଉଡ ଅଭିନେତା ଓ ଅଭିନେତ୍ରୀ। ତେବେ କେଉଁ କାରଣରୁ କମ ବୟସରୁ ହେଉଛନ୍ତି ହୃଦଘାତର ଶିକାର। ମାନସିକ ଚିନ୍ତା ନା ଆଉ କିଛି , ସେମାନଙ୍କର ମୃତ୍ୟୁର ମୁଖ୍ୟ କାରଣ । ଗତ କିଛି ଦଶନ୍ଧି ମଧ୍ୟରେ କିଛି ସେଲିବ୍ରେଟିଙ୍କ ଅକାଳ ମୃତ୍ୟୁ ଘଟିଛି। ଯାହା ସମଗ୍ର ଦେଶକୁ ଚକିତ କରିଦେଇଛି। ଏକ ଅଭିନେତା କି ଅଭିନେତ୍ରୀ ପରିଚୟ ପରେ ସେମାନେ ରାତାରାତି ପାଲଟି ଯାଆନ୍ତି ଷ୍ଟାର। ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ଖାଦ୍ୟପେୟ ପ୍ରତି ଅଧିକରୁ ଅଧିକ ଧ୍ୟାନ ଦେଇଥାନ୍ତି। ହେଲେ ହଠାତ ଶୁଣିବାକୁ ମିଳେ ଏହି ସୁପରଷ୍ଟାରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଯାହା ସିନେମା ଜଗତଠାରୁ ଆରମ୍ଭ କରି ଫ୍ୟାନ, ବନ୍ଧୁ ପରିଜନ, ପରିବାରଲୋକଙ୍କୁ ସ୍ତବ୍ଧ କରିଦେଇଥାଏ। ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର କୃଷ୍ଣକୁମାର କୁନ୍ନାଥ। ଯିଏ କେ.କେ ନାମରେ ଜଣାଶୁଣା।

୫୩ ବର୍ଷ ବୟସରେ କୋଲକାତାରେ ମେ ୩୧ତାରିଖରେ ଏକ ପୋଗ୍ରାମରେ ଯୋଗ ଦେବାକୁ ଯାଇ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ହଠାତ ମୃତ୍ୟୁ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କେକେ ହିନ୍ଦୀ, ତାମିଲ, କନ୍ନଡ, ବଙ୍ଗାଳୀ ସମେତ ଅନେକ ଭାଷାରେ ସୁପର ଡୁପର ହିଟ ଗୀତ ଗାଇ ସମସ୍ତଙ୍କ ହୃଦୟରେ ରହିପାରିଛନ୍ତି। ଆଜି ବି ତାଙ୍କ ଗୀତ ଲୋକ ଗୁଣୁଗୁଣୁ ହେଉଥିବା ନଜିର ରହିଛି। ସେହିପରି ଆଉ ଜଣେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ୨୦୨୧ ମସିହା ସେପ୍ଟେମ୍ବର ୨ରେ ରାତିରେ ଶୋଇବା ପୂର୍ବରୁ ଔଷଧ ସେବନ କରିଥିଲେ। ହେଲେ ତା ପରଦିନ ସେ ନ ଉଠିବାରୁ ତାଙ୍କ ମା ରୀତା ଶୁକ୍ଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ହେଲେ ସିଏ ନ ଉଠିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ସୁଶାନ୍ତ ସିଂ ରାଜପୁତ। ଯିଏ ହିନ୍ଦୀ ସିରିଏଲରୁ କ୍ୟାରଅର ଆରମ୍ଭ କରି ପରେ ବହୁ ଫିଲ୍ମରେ ଅଭିନୟ କରି ରାତାରିତି ପାଲଟି ଯାଇଥିଲେ ସୁପରଷ୍ଟାର। ଏମଏସ ଧୋନି, ପିକେ, କାଇ ପୋଛେ ଭଳି ଅନେକ ଫିଲ୍ମରେ ନିଜର ଦମଦାର ଅଭିନୟ କରିଥିଲେ। ୨୦୨୦ ମସିହା ଜୁନ ୧୪ ତାରିଖରେ ମୁମ୍ୱାଇ ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁ ପରେ ମୁମ୍ୱାଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା। ପରେ ଏନସିବି ମଧ୍ୟ ଏହାର ଖୋଳତାଡ କରିଥିଲା। ସେହିପରି ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ ରାଜକୁମାର। ୨୦୨୧ ମସିହା ଅକ୍ଟୋବରରେ ହୃଦଘାତର ଶିକାର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମଧ୍ୟ ମୃତ୍ୟୁ ହୋଇଥିଲା।

୨୦୧୮ ମସିହାରେ ଦୁବାଇରେ ବଲିଉଡ ଅଭନେତ୍ରୀ ଶ୍ରୀଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସଞ୍ଜୟ କପୁର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ ତାଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନରେ ଆଜି ବି ରହିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ହୃଦଘାତ ପରେ ଏବେ ଅସୁସ୍ଥ ହୋଇପଡିଛନ୍ତି ରାଜୁ ଶ୍ରୀବାସ୍ତବ। ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି। ସେ ଏବେ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ଏମସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ଜିମରେ ଓ୍ୱାକ ଆଉଟ କରୁଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେ ସଙ୍ଗେ ସଙ୍ଗେ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୯୬୩ ମସିହା ଡିସେମ୍ୱର ୨୫ରେ ଉତ୍ତରପ୍ରଦେଶରେ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ। ଜଣେ କମେଡିଆନ ଭାବେ ଲୋକଙ୍କ ମନ ଜିଣିପାରିଥିଲେ ଶ୍ରୀବାସ୍ତବ। ଦେଶ ସମେତ ବିଦେଶରେ ରାଜୁ ଅନେକ ଷ୍ଟେଜ ଶୋ କରିଥିବା ନଜିର ରହିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *