ସମ୍ଭଲ ହିଂସାକୁ ନେଇ ୩ ଜଣିଆ କମିିଟି ୪୫୦ ପୃଷ୍ଠା ସମ୍ୱଳିତ ତଦନ୍ତ ରିପୋର୍ଟ ଆଜି ସରକାରଙ୍କୁୁ ଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମ୍ଭଲ ହିଂସା ପରିପ୍ରେକ୍ଷୀରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି। ଗଲା ବର୍ଷ ନଭେମ୍ୱରରେ ସମ୍ଭଲ ହିଂସାରୁ ଯେଭଳି ଭୟଙ୍କର ଦଙ୍ଗା ପରିସ୍ଥିତି ଉପୁଜିଥିଲା, ତାହା ସଡ଼କରୁ ନେଇ ସଂସଦ, ସଂସଦରୁ ସୁପ୍ରିମକୋର୍ଟ ଯାଏ ହଇଚଇ ଖେଳାଇଦେଇଥିଲା। ଏହି ରିପୋର୍ଟରେ ସମ୍ଭଲର ଡେମୋଗ୍ରାଫିକ୍ ପରିବର୍ତ୍ତନକୁ ଦର୍ଶାଯାଇଛି। ହିନ୍ଦୁ ସମ୍ପ୍ରଦାୟର ଜନସଂଖ୍ୟା ୪୫ ପ୍ରତିଶତ ରହିଛି। କିନ୍ତୁ ସେମାନଙ୍କ ସଂଖ୍ୟା ୨୦ ପ୍ରତିଶତ କମିସାରିଲାଣି। ଏହି ରିପୋର୍ଟ ମୁତାବକ, ସ୍ୱାଧୀନତା ପରଠୁ ସମ୍ଭଲ ନଗର ପାଲିକା ଅଞ୍ଚଳରେ ମୁସଲିମ୍ ଜନସଂଖ୍ୟା ୫୫ ପ୍ରତିଶତ ଥିଲା ବେଳେ ହିନ୍ଦୁ ସଂଖ୍ୟା ୪୫ ପ୍ରତିଶତ ଥିଲା। ଏବେ ହିନ୍ଦୁଙ୍କ ଜନସଂଖ୍ୟା ୧୫ ପ୍ରତିଶତକୁ ଖସିସାରିଛି। କିନ୍ତୁ ମୁସଲିମ ଜନସଂଖ୍ୟା ୮୫ ପ୍ରତିଶତକୁ ବଢ଼ିଛି। ସ୍ୱାଧୀନତା ପାଇବା ପରଠୁ ଆଜି ଯାଏଁ ୧୫ଟି ଦଙ୍ଗା ହୋଇଛି। ନଭେମ୍ୱର ୨୪, ୨୦୨୪ରେ ସମ୍ଭଲରେ ସାହି ଜାମା ମସଜିଦ୍ ରେ କୋର୍ଟ ନିର୍ଦେଶିତ ଏଏସଆଇ ସର୍ଭେ ବେଳେ ହିଂସା ଉପୁଜିଥିଲା। ଏହି ହିଂସାରୁ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ଆହତ ହୋଇଥିଲେ। ସ୍ଥାନୀୟ ମୁସଲିମ ମସଜିଦ ଆଗରେ ସମାଗମରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ ସକାଶେ ଆନ୍ଦୋଳନକାରୀଙ୍କ ଉପରକୁ ଫାଙ୍କା ଗୁଳିଚାଳନା କରିଥିଲା। ଏହି ହିଂସାରୁ ୧୨ଟି ଏତଲା ହୋଇଥିଲା ଓ ପୁଲିସକୁ ଛାତ ଉପରୁ ପଥରମାଡ଼ ଘଟଣାରେ ୮୦ ଜଣଙ୍କୁ ଗିରଫ କରାଯାଇଥିଲା। ଚାର୍ଜସିଟ ଅନୁସାରେ, ଏ ଘଟଣାରେ ମୋଟ୍ ୧୫୯ ଅଭିଯୁକ୍ତ ଅଛନ୍ତି। ଘଟଣାସ୍ଥଳରୁ ଜବତ କିଛି ଅସ୍ତ୍ରଶସ୍ତ୍ର ବ୍ରିଟେନ, ଆମେରିକା ଓ ଜର୍ମାନୀ ପ୍ରସ୍ତୁତ ଥିଲା। ୟୁପି ଏସଆଇଟି ୧୨ ଟି ମାମଲାରେ ୪ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏହି ହିଂସାର ତଦନ୍ତ ନେଇ ୟୁପି ସରକାର ତିନି ଜଣିଆ ନ୍ୟାୟିକ ତଦନ୍ତ କମିଶନ ଗଠନ କରିଥିଲେ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବେଦେନ୍ଦ୍ର ଆରୋରା, ପୂର୍ବତନ ଡିଜିପି ଏକେ ଜୈନ ଓ ପୂର୍ବତନ ଆଇଏଏସ ଅଧିକାରୀ ଅମିତ ମୋହନ ପ୍ରସାଦଙ୍କୁ ନେଇ ଗଠିତ ପ୍ୟାନେଲ୍ ଆଜି ଏହାର ରିପୋର୍ଟ ଯୋଗୀଙ୍କୁ ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now