ବିଦ୍ରୋହର ବହ୍ନି ଜାଳିବେ କି ଅରୁଣ ?

ଅରୁଣଙ୍କ ତେରେଛାବାଣ। ନାଁ ନ ନେଇ ଗୁରୁଦିବସରେ ଅରୁଣ ଯାହା କହିଲେ, ତାହା ଏବେ କେବଳ ବିଜେଡି ଭିତରେ ହଲଚଲ କରିନି। ବରଂ ପୁରା ରାଜ୍ୟ ରାଜନୀତିରେ ହଇଚଇ ଖେଳିଯାଇଛି। ବାବୁପଣିଆ ଛାଡ଼ିବାକୁ କହିଛନ୍ତି ଅରୁଣ। ବାର୍ଦ୍ଧକ୍ୟରୁ ନେଇ ବିଦ୍ରୋହ ଯାଏର କଥା କହିଛନ୍ତି ଅରୁଣ। ବାର୍ଦ୍ଧକ୍ୟ ଅଭିଶାପ ନୁହେଁ, ଆଶୀର୍ବାଦ। ତେବେ ଅରୁଣଙ୍କ ଇଙ୍ଗିତ ବାସ୍ତବରେ କାହାକୁ ବୋଲି ସବୁଠି ଚର୍ଚ୍ଚା। କାମ ହାସଲ କରିବାକୁ ଆତ୍ମସମର୍ପଣ କରୁଛୁ। ଇଛା ଥିଲେ ବି ଚୁପ୍ ରହୁଛୁ। ମନ ଓ ବିବେକ ଭିତରେ ବିଦ୍ରୋହର ନିଆଁ ଲାଗିଛି। ଓଡ଼ିଶାର ଦୁର୍ଗତି ପଛରେ କିଏ, ସେମାନଙ୍କ ମୁଖା ଖୋଲିବି। ଜାଳି ପୋଡ଼ି ଧ୍ୱଂସ କରିଦେବାକୁ ମୋର ଇଛା ହେଉଛି। ମନ ଭିତରେ ନୀରବତାର ଝଡ଼ ବୋହୁଛି। ବିଳାସବ୍ୟସନ ଅୟସ କଅଣ ଅତି ଜରୁରୀ କି। ସାମନ୍ତବାଦ ଚିନ୍ତାଧାରା ଆଜି ଯାଏ କେମିତି ବଞ୍ଚିଛିନିଜେ କେମିତି ବିପ୍ଳବ ଓ ଆନ୍ଦୋଳନ ଚରିତ୍ରରୁ ଆସିଛି, ତାହାର ଅବତାରଣା କରିଛନ୍ତି ଅରୁଣ। ନମ୍ରତା ହେଉଛି ବଡ଼ ଆଭୂଷଣ ବୋଲି ପରାମର୍ଶ ଦେଇଛନ୍ତି ଅରୁଣ। ତେବେ ଅରୁଣଙ୍କ ଏଭଳି ମନ୍ତବ୍ୟ ବିଜେଡି ଭିତରେ ବିଦ୍ରୋହର ବହ୍ନି ଜାଳିଛି। ଅରୁଣଙ୍କ ଗତି ତା ହେଲେ କୁଆଡ଼େ। କାହାକୁ ତା ହେଲେ ଏଭଳି ଇଙ୍ଗିତ। ନବୀନଙ୍କ ଅସୁସ୍ଥତା ଖବର ବେଳେ ଘରୋଇ ହସ୍ପିଟାଲରେ ପାଣ୍ଡିଆନ୍ ଦମ୍ପତ୍ତି ଓ ବରିଷ୍ଠ ବିଧାୟକ ରାଜା ସ୍ୱାଇଁଙ୍କ ଭିତରେ ଯୁକ୍ତିତର୍କ ଓ ଆଇ ଆମ ଆଉଟ୍, ବଟ୍ ନଟ୍ ଡାଉନ ଡାଇଲଗ କିଛି ଦିନ ତଳେ ବିଜେଡିରେ ଝଡ଼ ସୃଷ୍ଟି କରିଥିଲା। ଏହାକୁ ନେଇ ପରେ ରାଜା ବି ସଭାମଞ୍ଚରେ ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ହେଲେ ରାଜାଙ୍କ ଭଳି ଅରୁଣ ନୁହଁନ୍ତି। କିଛି ଦିନ ତଳେ ନବୀନ ନିବାସ ଆଗରେ ଅରୁଣ ଛିଡ଼ା ହୋଇ ଭିଡ଼ିଓ ଜରିଆରେ ବିବୃତ୍ତି ଛାଡ଼ିଥିଲେ। ନବୀନଙ୍କ ସହ କିଛି ନେତାଙ୍କ ସହ ଯାଇ ସେ ଭେଟିଲେ। ଆଉ ସାମ୍ପ୍ରତ୍ତିକ ରାଜନୀତି ସମ୍ପର୍କରେ ପରାମର୍ଶ ଦେଲେ ନବୀନ ବୋଲି ଦାବି କରିଥିଲେ। ଅରୁଣ ଓ ତାଙ୍କ ସହ ଯାଇଥିବା ନେତାଙ୍କର ନବୀନଙ୍କ ସହ ନା କୌଣସି ଫଟୋ ନା ଭିଡ଼ିଓ ପଦାକୁ ଆସିଲା। ଏମିତିରେ ଅରୁଣ ବେଶ୍ ଚତୁର। ବେଶ୍ ମାପିଚୁପି କୁହନ୍ତି। ତାଙ୍କ ମୁହଁରୁ କୌଣସି ଦଳବିରୋଧୀ ମନ୍ତବ୍ୟ ସହଜରେ ଆସେନା। ଏବେ ବିଦ୍ରୋହର ରାସ୍ତା କେଉଁ ଦିଗରେ ଯିବ ବୋଲି ସବୁଠି ଚର୍ଚ୍ଚା। ଗୁରୁଦିବସରେ ଅରୁଣଙ୍କ ଭିତରେ ବିଦ୍ରୋହର ବହ୍ନିକୁ ନେଇ ଅନେକ ଆକଳନ କରାଯାଉଛି। ଅରୁଣ କାହିଁକି ଏମିତି କହିଲେ। ତାକୁ ନେଇ କିଏ କହୁଛି, ଦଳ ଭିତରେ ମତପାର୍ଥକ୍ୟ ରହିବ। ହେଲେ କେଉଁ କାରଣ ଲାଗି ଅରୁଣ ଏଭଳି କହିଲେ ଜାଣିନୁ। ତ ଆଉ କିଏ ଏ ପ୍ରସଙ୍ଗରୁ ଯଥାସମ୍ଭବ ଦୂରେଇ ରହିବାକୁ ନିରାପଦ ମଣିଛନ୍ତି। କେତେବେଳେ ସାହିତ୍ୟ ତ କେତେବେଳେ ସାମ୍ୱାଦିକତାର ପ୍ଲାଟଫର୍ମରେ ସତ କହି ଗଣତନ୍ତ୍ରରେ ଅନ୍ୟାୟର ପ୍ରତିବାଦ କରିବାର ଦମ୍ଭ ରଖି ଆଗକୁ ଆସିଲେଣି ଅରୁଣ। ପାଣ୍ଡିଆନଙ୍କ ବିଶ୍ୱସନୀୟତା ଆଗରେ ଆଉ ସବୁ ନେତା ତୁଛ। ଏହାକୁ ବାରମ୍ୱାର ପ୍ରମାଣିତ କରୁଛନ୍ତି ନବୀନ। ତେବେ ଦଳର ବରିଷ୍ଠଙ୍କ ଭିତରେ ଏଭଳି ଭୃକୁଞ୍ଚନର ଭବିଷ୍ୟତ କଅଣ, ତାକୁ ନେଇ ଅବଗଣନାର ଶୁଭାରମ୍ଭ କରିସାରିଲେଣି କି ଅରୁଣ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *