ଲକ୍ଷ୍ନୌରେ ରିକଭରି ଏଜେଣ୍ଟ କୁଣାଳ ଶୁକ୍ଳା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପର୍ଦ୍ଦାଫାସ କରିଛି ପୁଲିସ। ପତ୍ନୀଙ୍କ ପରକୀୟାପ୍ରୀତିକୁ ନେଇ ହେଉଥିଲା ଚର୍ଚ୍ଚା। ଆଉ ବସ୍ ପତ୍ନୀଙ୍କୁ ମାରିବାକୁ ଅନ୍ୟ କର୍ମଚାରୀଙ୍କୁ ଦେଇଥିଲେ ସୁପାରୀ। ବନ୍ଥରା ପୁଲିସ ଏହି ହତ୍ୟାକାଣ୍ଡ ପଛରେ ଅବୈଧ ସମ୍ପର୍କ ମୁଖ୍ୟ କାରଣ ବୋଲି କହିଛି। କୁଣାଳଙ୍କ ହତ୍ୟା ସ୍ୱସ୍ତିକ ଆସୋସିଏଟ୍ସ ମାଲିକ ବିବେକ ସିଂ ନିଜ ଘନିଷ୍ଠ କର୍ମଚାରୀ ଓ୍ୱସିମ୍ ଜରିଆରେ କରାଇଥିଲା। ହତ୍ୟାର କାରଣ ଥିଲା ଯେ, ବିବେକର ପତ୍ନୀ ସହ କୁଣାଳଙ୍କ ଘନିଷ୍ଠତା ବଢ଼ିବା। ଏଥିରେ ବ୍ୟଥିତ ବିବେକ କୁଣାଳଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସ୍ଥାନୀୟ ଲୋକଙ୍କ ଭିତରେ କୁଣାଳ ଓ ବିବେକଙ୍କ ପତ୍ନୀଙ୍କ ଭିତରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା ତାଙ୍କ କାନରେ ପଡ଼ିଥିଲା।ଏହା ସାଙ୍ଗକୁ ପର୍ସନାଲ ଫଟୋଗ୍ରାଫ, ବାର୍ଥଡେ ପିକଚରରେ କୁନାଲ ଓ ବିବେକଙ୍କ ପତ୍ନୀ ପରସ୍ପରକୁ କେକ୍ ଖୁଆଉଥିବାର ଫଟୋ ଏ ସନ୍ଦେହକୁ ଅଧିକ ବଳିଷ୍ଠ କରିଦେଇଥିଲା। ମୁତାବକ ସୋମବାର ସଂଧ୍ୟାରେ କୁଣାଳକୁ ସ୍ୱସ୍ତିକ ଆସୋସିଏଟ୍ସ ଅଫିସକୁ ଡାକିଥିଲା ବିବେକ। ଆଉ ମଦ ପିଆଇଥିଲେ। ନିଶାରେ ଚୁର୍ କୁଣାଳ ଶୋଇଗଲା ପରେ ଓ୍ୱସିମକୁ ଡାକିଥିଲା ବିବେକ। ଓ୍ୱସିମ ଅଫିସର କୋଣରେ ଥିବା ଶାବଳରେ କୁଣାଳର ମୁଣ୍ଡକୁ ଆକ୍ରମଣ କରିଥିଲ। ଆଉ ଶରୀରର ଅନ୍ୟ ଅଂଶକୁ ମାରିବାରୁ ଘଟଣାସ୍ଥଳରେ କୁଣାଳର ମୃତ୍ୟୁ ହୋଇଗଲା। ମଙ୍ଗଳବାର ସକାଳୁ ଅଫିସ ପରିସରରେ କୁଣାଳର ଶବ ମିଳିବା ପରେ ପୁଲିସ ତୁରନ୍ତ ଯାଞ୍ଚ କରିଥିଲା। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳକୁ ଜବତ କରିଥିଲା। ଆଉ ବିବେକ ଓ ଓ୍ୱସିମକୁ ହେପାଜତକୁ ନେଇଥିଲା। ଜେରା ପରେ ଓ୍ୱସିମ କହିଛି, କୁଣାଳଙ୍କୁ ମର୍ଡର କଲେ ସେ ତାଙ୍କୁ ଏକ ଫ୍ଲାଟ୍ ଦେବାକୁ କଥା ଦେଇଥିଲା ବିବେକ। ଦୁଇ ଅଭିଯୁକ୍ତଙ୍କୁ ଜେଲ ପଠାଇଦେଇଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now