ଗାୟକ ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁ ପଛରେ ଯିଏ ଦାୟୀ। କାହାକୁ ଛଡ଼ାଯିବନି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ମୃତ୍ୟୁ ଘଟଣାର ତଦନ୍ତ କରିବ ଏସଆଇଟି। ଆସାମର ବଛା ବଛା ଅଫିସରଙ୍କୁ ନେଇ ଏହି ଏସଆଇଟି ଗଠନ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନସିକ୍ ଲାବୋରୋଟୋରୀକୁ ଭିସେରା ନମୂନା ପଠାଯାଇଛି। ମାମଲାର ତଦନ୍ତ ବେଳେ ସମ୍ପୂର୍ଣ୍ଣ ପ୍ରଫେସନାଲ ମର୍ଯାଦା ସହ ଏସଆଇଟିକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now