ଆଦାନୀ ସମୂହ ବିରୋଧୀ ରିପୋର୍ଟିଂ- କଣ୍ଟେଣ୍ଟ ହଟାଇବା ଆଦେଶକୁ ରବିଶ କୁମାରଙ୍କ ଚ୍ଯାଲେଞ୍ଜ

ଗୌତମ ଆଦାନୀଙ୍କ ଉପରେ ମିଡିଆ ରିପୋର୍ଟିଂକୁ ରୋକିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବରିଷ୍ଠ ସାମ୍ୱାଦିକ ରବିଶ କୁମାର। ଆଦାନୀଙ୍କ ଉପରେ ପ୍ରସାରିତ କଣ୍ଟେଣ୍ଟକୁ ହଟାଇବାକୁ ହୋଇଥିବା ଆଦେଶକୁ ଚ୍ଯାଲେଞ୍ଜ କରି ପିଟିସନ ପକାଇଥିଲେ ରବିଶ। ସରକାରଙ୍କ ଏହି ଆଦେଶ ପ୍ରେସ୍ ସ୍ୱାଧୀନତା ଉପରେ ଆକ୍ରମଣ ଅଟେ। ଏହା ଅସ୍ୱାଭାବିକ ଓ ଅସାମ୍ୱିଧାନିକ ପ୍ରୟୋଗ ଅଟେ। ଯଦିଓ ସେ ମାନହାନି ମକଦ୍ଦମାର ପକ୍ଷଭୁକ୍ତ ନଥିଲେ। ଯେଉଁଠି ଏହି ଆଦେଶ ପାରିତ ହୋଇଛି। କିନ୍ତୁ କେନ୍ଦ୍ରର ଏହି ନିର୍ଦେଶ ତାଙ୍କ ଉପରେ ସିଧାସଳଖ ପ୍ରତିକୂଳ ପ୍ରଭାବ ପକାଉଛି। କାରଣ ତାଙ୍କ ୟୁଟ୍ୟୁବ ଭିଡିଓକୁ ହଟାଇବାକୁ ପ୍ରୟାସ କରାଯାଉଛି। ରୋହିଣୀ ଜିଲ୍ଲା ଅଦାଲତର ସିଭିଲ୍ ଜଜ୍ ଅନୁଜ କୁମାର ସିଂ ଗଲା ସେପ୍ଟେମ୍ୱର ୬ରେ ଏକ ଆଦେଶ ପାରିତ କରିଥିଲେ। ଆଦାନୀ ଏଣ୍ଟରପ୍ରାଇଜ୍ ଦ୍ୱାରା ଦାଏର ଆବେଦନ ଉପରେ ଏହି ରାୟ ଦିଆଯାଇଥିଲା। ସାମ୍ୱାଦିକ ପରଞ୍ଜୟ ଗୁହା ଠାକୁରଙ୍କ ସମେତ ଅନେକ ସାମ୍ୱାଦିକ ଓ ସଂସ୍ଥା ବିରୁଦ୍ଧରେ ମାନହାନି ମକଦ୍ଦମା ଦାଏର ହୋଇଥିଲା। କୌଣସି ଲେଖା ଓ ଭିଡ଼ିଓ ପ୍ରକାଶନ ଉପରେ ରୋକ୍ ଲଗାଇବାଦୁ ଦାବି କରିଥିଲା ଆଦାନୀ ଗ୍ରୁପ୍। ଅନ୍ତରୀଣ ଆଦେଶରେ ବିଚାରପତି କହିଥିଲେ, ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଆଦାନୀ ସମୂହର ପ୍ରତିଷ୍ଠା ଉପରେ ଆଞ୍ଚ ଆଣୁଥିବା କୌଣସି ଅପ୍ରମାଣିତ, ଅସତ୍ୟାପିତ ଓ ମାନହାନିଜନକ ରିପୋର୍ଟ ପ୍ରକାଶିତ, ପ୍ରସାରିତ କରିବା ଉପରେ ପ୍ରତିବନ୍ଧକ ରହିଲା। ଅପ୍ରମାଣିତ ଓ ଅସତ୍ୟାପିତ କଣ୍ଟେଣ୍ଚକୁ ହଟାଇବାକୁ ପଡ଼ିବ। ଏହା ସମ୍ଭବ ନ ହେଲେ, ଆସନ୍ତା ୫ଦିନ ଭିତରେ ଏହାକୁ ଡିଲିଟ୍ କରିବାକୁ ପଡ଼ିବ। ପରେ ଏହି ଆଦେଶ ବଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସେପ୍ଚେମ୍ୱର ୧୬ରେ କଣ୍ଟେଣ୍ଟ କ୍ରିଏଟର୍ସକୁ ଟେକଡାଉନ ନୋଟିସ ଜାରି କରିଥିଲା। ଏଥିରେ ନ୍ୟୁଜ୍ ଲଣ୍ଡ୍ରି ବି ସାମିଲ୍ ଥିଲା। ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଲିଂକକୁ ହଟାଇବାକୁ କୁହାଯାଇଥିଲା। ପରେ ରୋହିଣୀ କୋର୍ଟର ଜିଲ୍ଲା ଜଜ୍ ଆଶୀଷ ଅଗ୍ରଓ୍ୱାଲ ସିଭିଲ୍ ଜଜ୍ ଅନୁଜ କୁମାର ସିଂଙ୍କ ଆଦେଶ ଉପରେ ରୋକ୍‌ ଲଗାଇଦେଇଥିଲେ। ଆଉ ହାଇକୋର୍ଟ ଆଜି ଏହାର ଶୁଣାଣୀ କରିଛନ୍ତି। ଆଦାନୀ ଏଣ୍ଟରପ୍ରାଇଜ୍ ଦିଲ୍ଲୀ ହାଇକୋର୍ଟକୁ କହିଛି ଯେ, ସେମାନେ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ନ୍ୟୁଜ୍ ଲଣ୍ଡ୍ରି ଦ୍ୱାରା କମ୍ପାନୀ ବାବଦରେ ଜାରି ରିପୋର୍ଟକୁ ଟେକ୍ ଡାଉନ୍ କରିବାକୁ କୌଣସି ନୂଆ ଅପିଲ୍ କରିନାହାନ୍ତି। ନ୍ୟୁଜ୍ ଲଣ୍ଡ୍ରିର ଓକିଲ କହିଛନ୍ତି, ତାହେଲେ କୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି ହେଉ। ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତାକାଲି ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *