ଶହେବର୍ଷର ଯାତ୍ରାରେ ଆରଏସଏସ- ରାଷ୍ଟ୍ର ନିର୍ମାଣରେ ସମର୍ପଣ

ଆଜି ଆରଏସଏସକୁ ଶହେବର୍ଷ ପୁରିଲା। ଦିଲ୍ଲୀରେ ଆୟୋଜିତ ଆରଏସଏସର ଶତାବ୍ଦୀ ସମାରୋହରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ଆରଏସଏସର ରାଷ୍ଟ୍ର ପ୍ରତି ଯୋଗଦାନକୁ ପ୍ରତିପାଦିତ କରୁଥିବା ସ୍ମାରକୀ ଡାକ ଟିକଟ ଓ ଶହେ ଟଙ୍କାର କଏନ୍ ଜାରି କଲେ। ଏହି କଏନରେ ରାଷ୍ଟ୍ରୀୟ ଚିହ୍ନ, ଭାରତ ମାତାଙ୍କ ଫଟୋ ରହିଛି। ସ୍ୱତନ୍ତ୍ର ଭାରତର ଇତିହାସରେ ପ୍ରଥମ ଥର ଏମିତି ହୋଇଛି। କଏନ୍ ଉପରେ ସଂଘର ବୋଧବାକ୍ୟ ଅଙ୍କିତ ରହିଛି। ଏହା ଅନ୍ୟାୟ ଉପରେ ନ୍ୟାୟ ଓ ଅନ୍ଧକାର ଉପରେ ଆଲୋକର ବିଜୟ। ଚଳିତବର୍ଷ ବିଜୟାଦଶମୀରୁ ନେଇ ୨୦୨୬ ବିଜୟାଦଶମୀ ଯାଏ ସଂଘ ଶତାବ୍ଦୀ ବର୍ଷ ପାଳିବ। ଆମ୍ୱେଦକର ଅନ୍ତଃରାଷ୍ଟ୍ରୀୟ କେନ୍ଦ୍ରରେ ମୋଦି ସମ୍ୱୋଧିତ କରି କହିଥିଲେ କି- ସାଂସ୍କୃତିକ ଜାଗରଣ, ଅନୁଶାସନ, ସେବା ଓ ସାମାଜିକ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରି ଆସୁଛି ଶତାବ୍ଦୀ ସମାରୋହ କେବଳ ଆରଏସଏସର ଐତିହାସିକ ଉପଲବ୍ଧିକୁ ସମ୍ମାନ କରୁନି। ବରଂ ଭାରତର ସାଂସ୍କୃତିକ ଯାତ୍ରାକୁ ସ୍ଥାୟୀ ଯୋଗଦାନ ଓ ରାଷ୍ଟ୍ରୀୟ ଏକତାର ସନ୍ଦେଶକୁ ପ୍ରକଟ କରୁଛି। ଆରଏସଏସ ଅନାଦି ଚେତନାର ଅବତାର ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଗଲା ଶହେ ବର୍ଷରେ ଆରଏସଏସ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ ଓ ପ୍ରାକୃତିକ ବିପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସଂଘ କଦାପି କଟୁତା ଦେଖାଇନି। ସଂଘ ଉପରେ ପ୍ରତିବନ୍ଧକ ଲାଗୁରୁ ନେଇ ଅନେକ ଷଡ଼ଯନ୍ତ୍ର ହୋଇଛି। କିନ୍ତୁ ସଂଘର ସ୍ୱୟଂସେବକ ଲଗାତାର ଦେଶ ସେବାରେ ଜଡ଼ିତ ଅଛନ୍ତି। ସମାଜକୁ ସଶକ୍ତ କରିବାକୁ ସମର୍ପିତ। ବିଭାଜନର ପୀଡ଼ା ଲକ୍ଷ ଲକ୍ଷ ଲୋକଙ୍କୁ ବେଘର କରିଦେଲା। ସେତେବେଳେ ଆରଏସଏସ ଆଗରେ ଛିଡ଼ା ହୋଇ ରାଷ୍ଟ୍ରର ଆତ୍ମାକୁ ସମ୍ୱଳ ଦେବାକୁ କାମ କରିଥିଲା। ଏକ ଭାରତ-ଶ୍ରେଷ୍ଠ ଭାରତର ଲକ୍ଷ୍ୟରୁ କେବେ ବି ବିଚ୍ୟୁତ ହୋଇନି ସଂଘ। ସେପଟେ କଂଗ୍ରେସ କହିଛି, ଦେଶ ସ୍ୱାଧୀନତା ସଂଗ୍ରାମରେ ଆରଏସଏସର କୌଣସି ଭୂମିକା ନଥିଲା। ବରଂ ଘୃଣା, ସାମ୍ପ୍ରଦାୟିକ ଉତ୍ତେଜନା, ସମାଜରେ ବିଭାଜନ କରିବାର ମୂଳ ମନ୍ତ୍ରରେ ଚାଲିଛି ବିଜେପି ଓ ଆରଏସଏସ। ସମ୍ୱିଧାନ ହିନ୍ଦୁସ୍ତାନର ସ୍ୱର ଅଟେ। କିନ୍ତୁ ସମ୍ୱିଧାନକୁ ସର୍ବଦା ଦଳିଚକଟି ଦେବାକୁ ଏମାନେ ମିଳିମିଶି ଷଡ଼ଯନ୍ତ୍ର କରୁଛନ୍ତି। ସାମାଜିକ ନ୍ୟାୟର କେବଳ ମିଛ ନାରା ଦେଇ ସମାଜରେ ବିଷ ଭରୁଛନ୍ତି ଏମାନେ। ତ୍ରିରଙ୍ଗାକୁ ବିରୋଧ କରୁଥିଲା ଆରଏସଏସ। ରାଷ୍ଟ୍ରଭକ୍ତି କେବଳ ମିଛ ଛଳନା ବୋଲି କହିଛନ୍ତି ପଓ୍ୱନ ଖେରା। ୧୯୨୬ରେ ଆରଏସଏସର ନାମକରଣ ହୋଇଥିଲା। ୧୯୩୧ରେ ପ୍ରଥମ ଥର ଖାକି ପ୍ୟାଣ୍ଟ୍ ଓ ଟୋପି ସଂଘ ସଦସ୍ୟଙ୍କ ପୋଷାକ ଭାବେ ଗ୍ରହଣ କରାଗଲା। ୧୯୪୭ରେ ଦେଶ ସ୍ୱାଧୀନତା ପରେ ସଂଘର ବ୍ୟାପକ ବିସ୍ତାର ହେବାରେ ଲାଗିଲା। ୧୯୪୮ରେ ମହାତ୍ମାଗାନ୍ଧୀଙ୍କୁ ହତ୍ୟା ପରେ ସଂଘ ଉପରେ ପ୍ରତିବନ୍ଧକ ଲଗାଇ ଏହାର ସରସଂଘଚାଳକ ମାଧବରାଓ ଗୋଲଓଲକରଙ୍କୁ ଜେଲ୍ ପଠାଇଦିଆଯାଇଥିଲା। ୧୯୪୯ରେ ସଂଘ ଉପରୁ ବ୍ୟାନ୍ ହଟାଇ ସମ୍ୱିଧାନ ଓ ଲୋକତନ୍ତ୍ର ପ୍ରତି ଏହାର ନିଷ୍ଠା ରହିଛି ବୋଲି ଘୋଷଣା କରାଗଲା। ୧୯୫୧ରେ ସଂଘ ଦ୍ୱାରା ପ୍ରେରିତ ହୋଇ ଶ୍ୟାମାପ୍ରସାଦ ମୁଖାର୍ଜୀ ଜନସଂଘର ସ୍ଥାପନା କରିଥିଲେ। ୧୯୭୫ରୁ ୭୭ ଭିତରେ ଏମର୍ଜେନ୍ସି ଲାଗୁ ବେଳେ ପୁଣି ସଂଘ ଉପରେ ବ୍ୟାନ୍ ଲଗାଇବା ସହ ହଜାର ହଜାର ସ୍ୱୟଂସେବକ ଗିରଫ ହେଲେ। ୧୯୮୦ରେ ଜନସଂଘ ବିଜେପି ହେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *