ଏକଜିଟ୍ ପୋଲ୍ ପୂର୍ବାନୁମାନ ମିଛ ହେବ। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକଜିଟ୍ ପୋଲ ପୂର୍ବାନୁମାନକୁ ଖାରଜ କରିଛନ୍ତି। ୧୯୯୫ରୁ ବି ଆରଜେଡିର ବଡ଼ ଜିତ୍ ହେବ ବୋଲି କହିଛନ୍ତି ତେଜସ୍ୱୀ। ତେଜସ୍ୱୀ ଦାବି କରିଛନ୍ତି ଯେ, ନଭେମ୍ୱର ୧୮ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏକଜିଟ୍ ପୋଲ ସତ କୁହେନା। ଜନତା ବିହାରରେ ଏଥର ପରିବର୍ତ୍ତନ ଲାଗି ମତଦାନ କରିଛନ୍ତି। ମହାଗଠବନ୍ଧନକୁ ଏଥର ଐତିହାସିକ ବିଜୟ ମିଳିବ। ସମସ୍ତ ଆଶାୟୀ, କର୍ମୀଙ୍କଠୁ ଫିଡବ୍ୟାକ୍ ଯାହା ମିଳିଛି, ମହାଗଠବନ୍ଧନ ପ୍ରତି ଜନତାର ଆସ୍ଥା ସକରାତ୍ମକ ରହିଛି। ସର୍ଭେ କରିଥିବା ସଂସ୍ଥାର ଅନୁମାନକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ତେଜସ୍ୱୀ। ସର୍ଭେ କରିଥିବା ସଂସ୍ଥାର ସାମ୍ପୁଲ ସାଇଜ୍ କଅଣ। ଏଭଳି ଏକଜିଟ୍ ପୋଲ୍ ସର୍ଭେକୁ ମିଡିଆ ପ୍ରୋପାଗାଣ୍ଡା ଓ ମନୋବୈଜ୍ଞାନିକ ଚାପର ଅସ୍ତ୍ର ବୋଲି ଦର୍ଶାଇଛନ୍ତି ତେଜସ୍ୱୀ। ଏଥର ୭୨ଲକ୍ଷରୁ ଅଧିକ ଭୋଟ୍- ଭୋଟ୍ ଫର୍ ଚେଞ୍ଜ ନାଁରେ ପଡିଛି। ଏହି ଜନାଦେଶ ପରିବର୍ତ୍ତନର ସଂକେତ ଦେଇସାରିଛି। ଏତେ ପରିମାଣର ଭୋଟ ନୀତିଶ କୁମାରଙ୍କ ଗାଦି ରକ୍ଷା ଲାଗି ହୋଇନି। ଏଥର ଜନତା ରୋଜଗାର, ଶିକ୍ଷା ଓ ସୁଶାସନ ଲାଗି ଭୋଟ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now