ମୃତ ଭାଇର କ୍ଷତିପୂରଣ ବୀମାରାଶି ଉପରେ ବିବାହିତା ଭଉଣୀର ହକ୍

ଭାଇର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ଷତିପୂରଣ ରାଶି ପାଇବାକୁ ହକଦାର ଅଟନ୍ତି ବିବାହିତା ଭଉଣୀ। କର୍ଣ୍ଣାଟକ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଭାରତୀୟ ସମାଜରେ ଝିଅ ଅବା ଉଭଣୀ ବିବାହ ପରେ ନିଜ ବାପଘର ସହ ନିବିଡ଼ ସମ୍ପର୍କ ରଖିବା ଅସ୍ୱାଭାବିକ ନୁହେଁ। ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଝିଅ ଅବା ଭଉଣୀଙ୍କ ଉନ୍ନତି ବା ସାମାଜିକ ଆବଶ୍ୟକତାକୁ ଦେଖି କିଛି ନା କିଛି ଆର୍ଥିକ ସାହାଯ୍ୟ ଦେଇଥାଏ। ସେଥିଲାଗି ଝିଅଙ୍କୁ କ୍ଷତିପୂରଣ ଦାବିରୁ ବଞ୍ଚିତ କରାଯାଇପାରିବନି। ଏ ମାମଲା ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଜଣେ ଦିନ ମଜୁରିଆ ପ୍ରେମ ପ୍ରକାଶ ମେନେଜେଙ୍କ ମୃତ୍ୟୁ ସମ୍ପର୍କିତ ବୀମା କ୍ଷତିପୂରଣକୁ ନେଇ ହୋଇଥିଲା। ପ୍ରେମ ଅବିବାହିତ ଥିଲେ ଓ ସେ ଦିନକୁ ୫ଶହ ଟଙ୍କା କୁଲି ଭାବରେ ରୋଜଗାର କରନ୍ତି। ଟ୍ରିବ୍ୟୁନାଲ ୧୦ଲକ୍ଷ ୬୦ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ବୀମା କମ୍ପାନୀକୁ ନିର୍ଦେଶ ଦେଇଥିଲେ। କିନ୍ତୁ ବୀମା କରିଥିବା ବ୍ୟକ୍ତି ଯୁକ୍ତି କରିଥିଲେ, ଏ ଅର୍ଥ ପ୍ରେମଙ୍କ ବିବାହିତା ଭଉଣୀଙ୍କୁ ଦିଆଯାଇପାରିବନି। କାରଣ ସେମାନେ ତାଙ୍କ ଶାଶୁଘରେ ରହୁଛନ୍ତି ଓ ସେମାନେ ଉତ୍ତରାଧିକାରୀ ନୁହଁନ୍ତି। କିନ୍ତୁ ଭଉଣୀମାନେ ତର୍କ କରିଥିଲେ ଯେ, ଶାଶୁ ଘରେ ରହୁଛନ୍ତି ଏହାର ଅର୍ଥ ନୁହେଁ ଯେ, ସେ ଭାଇଙ୍କ ଉପରେ ନିର୍ଭରଶୀଳ ନଥିଲେ। ଆଉ ଶେଷରେ କୋର୍ଟ ବିଚାର କରି ମୃତକଙ୍କ ଭାଇ ଭଉଣୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *