ମିଛ କହି କେବଳ ପର୍ଯ୍ୟଟକଙ୍କୁ ଭୁଆଁ ବୁଲାଉନି। ବରଂ ଓଡ଼ିଶାକୁ ଆସୁଥିବା ରାଜ୍ୟ ଭିତର ଓ ବାହାର ଲୋକଙ୍କ ଭିତରେ ବି ନେଗେଟିଭ ରିମାର୍କ ଓ ଭାବନାକୁ ନେଇ ବିଲକୁଲ ପରବାଏ ନାହିଁ। ଆମେ କହୁଛୁ, ହୋଟେଲ କ୍ରିଷ୍ଟାଲ କ୍ରାଉନ କଥା। ଗୁଗୁଲରେ ସର୍ଚ୍ଚ କରି ଯଦି କିଏ ମେକ୍ ମାଇଁ ଟ୍ରିପ୍ ହେଉ ଅବା ଟ୍ରାଭେଲ ଏଜେନ୍ସିରୁ ଏହି ହୋଟେଲରେ ପାର୍କିଂକୁ ନେଇ ତଥ୍ୟ ଖୋଜେ। ତା ହେଲେ କେଉଁଠି ବି ସମାନ ଉତ୍ତର କି ରିଭ୍ୟୁ ଆସୁନି। ଅଧିକାଂଶ ରିଭ୍ୟୁ କହୁଛି, ପାର୍କିଂର ବଡ଼ ପ୍ରୋବ୍ଲେମ। କିନ୍ତୁ ହୋଟେଲର ଦାବି ହେଉଛି ଯେ, ଏଠାରେ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ସୁବିଧା ଅଛି। ଅତିଥିଙ୍କ ଲାଗି ପାର୍କିଂ ପୁରା ଫ୍ରି ବୋଲି କହୁଛି ଚନ୍ଦ୍ରଶେଖରପୁରରେ ଥିବା ହୋଟେଲ କ୍ରିଷ୍ଟାଲ କ୍ରାଉନ୍। ଏପରିକି କାର୍ ଓ ବାଇକର ପାର୍କିଂର କାପାସିଟି କେତେବେଳେ ୫୦ କହୁଛି ତ କେତେବେଳେ ଶହେ କହୁଛି। ଏହାକୁ ବିଶ୍ୱାସ କରି ଆସୁଥିବା ଅତିଥି କିନ୍ତୁ ଏଠାରେ ପହଞ୍ଚିବା ପରେ ନାମ ନେଉଛନ୍ତି। ବେଶ୍ ଦୁର୍ଦ୍ଦଶା ଭୋଗିବା ସାର ହେଉଛି। ଦହଗଞ୍ଜ ହୁଅନ୍ତି ପରିବାର ସହ ଆସି। କାରଣ କୁହାଯାଉଛି, ହୋଟେଲ କ୍ରିଷ୍ଟାଲ କ୍ରାଉନର ନିଜସ୍ୱ ପାର୍କିଂ ହିଁ ନାହିଁ! ଯେତିକି ପାର୍କିଂ ଥିବା ଦାବି କରେ, ସେତିକିରେ ୫୦ କି ୧୦୦ ତ ଦୂରର କଥା। ହୋଟେଲ ପରିସର ଭିତରେ କେଉଁଠି ପାର୍କିଂ କେବେ କରିଛନ୍ତି କି ଅତିଥି କି ପର୍ଯ୍ୟଟକ। ସେ ଉତ୍ତର ମିଳେନା। କିନ୍ତୁ ହୋଟେଲରେ ବଡ଼ ବଡ଼ ଇଭେଣ୍ଟ ହୁଏ। ଗାଡ଼ିର ଲମ୍ୱା ଲାଇନ ଲାଗେ। ଆଉ ପାର୍କିଂ ହୁଏ, ରାସ୍ତା କଡ଼ରେ। ବିଡିଏ ଓ ବିଏମସିର ଜାଗା କହି ସେଠାରେ ପାର୍କିଂ କଲେ କିଛି ଅସୁବିଧା ନାହିଁ କହି ଅତିଥିଙ୍କୁ ଭୂଆଁ ବୁଲାଏ। ଯେହେତୁ ଅନେକ କାର୍ଯ୍ୟକ୍ରମ ଏଠାରେ ହୁଏ। ଆଉ କାର୍ଯ୍ୟକ୍ରମ ଦିନ ରାସ୍ତାର ଦୁଇ କଡ଼ ଯେମିତି ପୁରା କ୍ରିଷ୍ଟାଲ କ୍ରାଉନ କବଜାରେ। ସାଧାରଣ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଥାଉ ବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କେଉଁଠି ଗାଡି ରଖିବେ, ସେ ଚିନ୍ତା ଘାରିଥାଉ। ଏଥିରେ ପରବାଏ କରେନା କ୍ରିଷ୍ଟାଲ କ୍ରାଉନ୍। ତା ବେପାର ଭଲ ତ ସେ ଭଲ। କିଏ କଅଣ ଅସୁବିଧା ଭୋଗୁଛି, ଦେଖି ନ ଦେଖିଲା ଭଳି ହୁଅନ୍ତି ହୋଟେଲ କର୍ତ୍ତୃପକ୍ଷ। ଆଗୁଆ ରିଜର୍ଭେସନ କରିଥିବା ହେତୁ କାର୍ଯ୍ୟକ୍ରମ ଦିନ ପାର୍କିଂରେ ଏଭଳି ଅବ୍ୟବସ୍ଥା ଦେଖି ଆୟୋଜକ ବି କଅଣ କହିବେ, ବୁଝିପାରନ୍ତିନି। ଚନ୍ଦ୍ରଶେଖରପୁର ଆରଟିଓ ଟେଷ୍ଟିଂ ସେଣ୍ଟରରୁ ନେଇ ଚନ୍ଦ୍ରଶେଖରପୁର-ଇନଫୋସିଟି ରାସ୍ତା ପୁରା ଜାମ୍ ରୁହେ। ଆଉ ବିବାହ, ବ୍ରତ ଦିନ ତ ଜାମ୍ କଥା ନ କହିବା ଭଲ। ବଡ଼ କଥା ହେଲା। ଯେଉଁ ବିଡିଏ ଓ ବିଏମସି ନାଁ କହି ଏତେ ସାହାସ ଦେଖାଉଛି ଏହି ହୋଟେଲ୍। ସେମାନେ ଏହି ହୋଟେଲକୁ କେମିତି ଅନୁମତି ଦେଲେ। ପାର୍କିଂ ପାଇଁ ୩୦ ପ୍ରତିଶତ ଜାଗା ଉଦ୍ଦିଷ୍ଟ ରଖିବା ବାଧ୍ୟତାମୂଳକ। ତେବେ ପ୍ଲାନ୍ ମଞ୍ଜୁରୀ ବେଳେ କ୍ରିଷ୍ଟାଲ କ୍ରାଉନର ଏ ଦିଗକୁ ଦେଖିଛି ତ ବିଡିଏ ଓ ବିଏମସି। ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ତଦାରଖ କରେ। ପାର୍କିଂ ରୁଲ୍ସକୁ ଉଲ୍ଂଘନ କରୁଥିବା ହୋଟେଲ ଓ ମଲ୍ ବିରୁଦ୍ଧରେ ଆକ୍ସନ ନିଏ। ଅନୁମତିପ୍ରାପ୍ତ ଏରିଆରେ ପାର୍କିଂ ହେଉଛି ନା ରାସ୍ତାକଡ଼ରେ। ଏହାକୁ ନେଇ ଜରିମାନା, ଗାଡ଼ି ସିଜ୍ ସହ କାରଣଦର୍ଶାଅ ନୋଟିସ୍ ଦେବାର ପ୍ରାବଧାନ ରହିଛି। କ୍ରିଷ୍ଟାଲ କ୍ରାଉନ ପାଇଁ ଏହା ପ୍ରଯୁଜ୍ୟ ନୁହେଁ କି। ଗଲା ଫେବୃଆରୀରେ ଅନେକ ସପିଂ ମଲ୍ ଆଗରେ ଇନଷ୍ଟିଚ୍ୟୁସନାଲ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ଫି ବଳରେ ବିଏମସି କାହାକୁ ବର୍ଷେ ତ କାହାକୁ ୩ ବର୍ଷ ପାଇଁ ଅନୁମତି ଦେଇଛି। ପାର୍କିଂ ଲଟ୍ ପାଇଁ ବିଏମସି ରାଜସ୍ୱ ବିଭାଗ ତତ୍ପରତା ପ୍ରକାଶ କରିଛି। ରାଜସ୍ୱ ବି ଆସିବ, ତା ସହ ପାର୍କିଂକୁ ନେଇ ସମସ୍ୟା ବି ହେବନି। ଆଉ ହୋଟେଲ କି ସପିଂ ମଲ୍ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ସାହାସ କୁଳାଇବେନି। କିନ୍ତୁ କ୍ରିଷ୍ଟାଲ କ୍ରାଉନ ପ୍ରତି ଏ ସବୁ ନିୟମ ଲାଗୁ ହେଉଛି କି ନାହିଁ। ଏମିତି ତମାମ ପ୍ରଶ୍ନର ଉତ୍ତର ବିଏମସି ଓ ବିଡିଏ ଦେବା ଜରୁରୀ। ଅଧିକୃତ ପାର୍କିଂ ଏରିଆ ଛଡ଼ା ଆଉ କେଉଁଠି ପାର୍କିଂ ହେବନି। ଏହାକୁ ବି ସୁନିଶ୍ଚିତ କରିବା କଥା ହୋଟେଲ କର୍ତ୍ତୃପକ୍ଷ। କେତେ ଗାଡ଼ି ଓ କେଉଁ ଟାଇପର ଗାଡ଼ି ପାର୍କିଂ ହେବ, ହୋଟେଲ କର୍ତ୍ତୃପକ୍ଷ ବୋର୍ଡରେ ଦର୍ଶାଇବେ। ଏ ସବୁ ନିୟମ ଭିତରେ କ୍ରିଷ୍ଟାଲ କ୍ରାଉନ୍ ନା ଏହା ପରିଧି ବାହାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now