ଜଣ୍ଡିସରେ ଛାତ୍ର ମୃତ୍ୟୁକୁ ନେଇ ଭୋପାଳର ଭିଟ୍ କଲେଜ ଅଫ ଇଞ୍ଜିନିୟରିଂରେ ବ୍ୟାପକ ଭଙ୍ଗାରୁଜା। ଏକାଧିକ ଗାଡ଼ିରେ ନିଆଁ ଲଗାଇଲେ ଉତ୍ୟକ୍ତ ଛାତ୍ର। ବସ୍, ଆମ୍ୱୁଲାନ୍ସ କିଛି ବି ବାଦ୍ ପଡ଼ିଲାନି। କ୍ୟାମ୍ପସରେ ମଙ୍ଗଳବାର ରାତିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭିସିଙ୍କ ବଙ୍ଗଳାକୁ ଭଙ୍ଗାରୁଜା କରିଥିଲେ। ଅସୁବିଧାକୁ ଦୂର କରିବା ଦାବି ସହ ଛାତ୍ରମାନେ ନିଜର ମୌଳିକ ନିରାପତ୍ତା ଲାଗି ଆନ୍ଦୋଳନରେ ବସିଥିଲେ। କିନ୍ତୁ କଲେଜ ଫ୍ୟାକଲଟି ଓ ସୁରକ୍ଷା କର୍ମୀ ସେମାନଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ଦୂଷିତ ପାଣି ଓ ବିଷାକ୍ତ ଖାଦ୍ୟରୁ ୩ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ୩ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହସ୍ପିଟାଲ ଟିମ୍ ବି କ୍ୟାମ୍ପସରେ ପହଞ୍ଚିଛି। ସେହୋର ଜିଲ୍ଲାର ଇନ୍ଦୋର-ଭୋପାଳ ହାଇଓ୍ୱେ ପାଖରେ କ୍ୟାମ୍ପସ ଥିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ ଉତ୍ୟକ୍ତ ଛାତ୍ର। ନଭେମ୍ୱର ୩୦ ଯାଏ କ୍ୟାମ୍ପସକୁ ବନ୍ଦ କରିଦିଆଯାଇଛି। ସେପଟେ ୟୁନିଭରସିଟି କର୍ତ୍ତୃପକ୍ଷ କହିଛନ୍ତି, ଏଭଳି ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ। ଏଭଳି ହିଂସା ପ୍ରାୟୋଜିତ। ମିଡିଆରେ ଏହାକୁ ଅଯଥା ଜଣ୍ଡିସ ମୃତ୍ୟୁରୁ ଉତ୍ତେଜନା ବୋଲି ପ୍ରଚାରିତ ହେଉଛି। ଏଭଳି ଖବର ମିଛ। ୟୁନିଭରସିଟିରେ ଜଣ୍ଡିସରେ କିଛି ଛାତ୍ର ଆକ୍ରାନ୍ତ ବୋଲି ରିପୋର୍ଟ ଆସିଥିଲା। ଅସୁସ୍ଥ ଛାତ୍ରଙ୍କୁ ଚିକିତ୍ସା କରାଯାଇଛି। ୟୁନିଭରସିଟିରେ ଖାଦ୍ୟ, ପାନୀୟ ସବୁ ହାଇଜେନିକ୍ ବୋଲି କହିଛନ୍ତି ଭିଟ୍ ରେଜିଷ୍ଟ୍ରାର କେକେ ନାୟାର। ଖାଦ୍ୟ ଓ ପାନୀୟର ଗୁଣାବତ୍ତାକୁ ବାରମ୍ୱାର ପରୀକ୍ଷା କରାଯାଇଛି। ପରୀକ୍ଷଣ ନମୂନା ବି ସ୍ୱାସ୍ଥ୍ୟପ୍ରଦ ବୋଲି ରିପୋର୍ଟ ଅଛି। ଗୁଣାବତ୍ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଏଭଳି ମନଗଢ଼ା ଆରୋପ ଲଦାଯାଉଛି। ଉପଜିଲ୍ଲାପାଳ ନୀତିନ କୁମାର ବି କହିଛନ୍ତି, ଜଣ୍ଡିସ ମୃତ୍ୟୁ ଗୁଜବ। ଛାତ୍ରମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାକୁ ସମାଧାନ ଲାଗି ପ୍ରଶାସନ ଉଦ୍ୟମ କରୁଛି। ଏଶପି ଦୀପକ ଶୁକ୍ଳା କହିଛନ୍ତି, କ୍ୟାମ୍ପସରେ ସ୍ଥିତି ସ୍ୱାଭାବିକ ଅଛି। ନିରାପତ୍ତା ଦୃଷ୍ଟିରୁ ନଭେମ୍ୱର ୩୦ ଯାଏ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଅନେକ ଛାତ୍ର ନିଜ ଘରକୁ ଚାଲିଯାଇଛନ୍ତି। ହଷ୍ଚେଲରେ ଥିବା ଅସୁସ୍ଥ ଛାତ୍ରଙ୍କ ତାଲିକା କରାଯାଇ ସେମାନଙ୍କୁ ଚିକିତ୍ସା କରାଯାଉଛି।କଥା ପଡ଼ିଛି। ୩ ଛାତ୍ରଙ୍କ ମୃତ୍ୟୁ ପଛର କାରଣ କଅଣ। ହସ୍ପିଟାଲରେ କେଉଁ ରୋଗରେ ପଡ଼ି ଏତେ ସଂଖ୍ୟକ ଛାତ୍ର ଚିକିତ୍ସିତ ହେଉଛନ୍ତି। କଲେଜ କର୍ତ୍ତୃପକ୍ଷ କଅଣ ଲୁଚାଉଛନ୍ତି। ଆଉ ପ୍ରଶାସନ କାହାକୁ କଭରଅପ୍ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now