ରୋହିଙ୍ଗ୍ୟାଙ୍କୁ ରେଡ୍ କାର୍ପେଟରେ ସ୍ୱାଗତ କରିବା କି – ମନ୍ତବ୍ୟକୁ ପ୍ରତିବାଦ କରି ସିଜେଆଇଙ୍କୁ ଖୋଲା ଚିଠି

ଅନୁପ୍ରବେଶକାରୀଙ୍କୁ କଅଣ ରେଡ୍ କାର୍ପେଟ ପକାଇ ସ୍ୱାଗତ କରିବା କି। ଭାରତରେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟା ବାଂଲାଦେଶୀଙ୍କ ବାବଦରେ ଏଭଳି କଡ଼ା ଟିପ୍ପଣୀ ଦେଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ। ସିଜେଆଇ କହିଥିଲେ,କିଛି ଲୋକ ଚାହୁଁଛନ୍ତି, ଅନୁପ୍ରବେଶକାରୀଙ୍କୁ ଭୋଜନ, ଆଶ୍ରୟ ଓ ପିଲାଙ୍କୁ ଶିକ୍ଷା ଭଳି ସମସ୍ତ ଅଧିକାର ମିଳିଯାଉ। ଏମିତିରେ ଭାରତରେ ବଡ଼ ସଂଖ୍ୟାରେ ଗରିବ ଅଛନ୍ତି। ଦେଶର ସଂଶାଧନ ଉପରେ ସେମାନଙ୍କ ହକ୍ ରହିଛି। ଭାରତ ଶରଣାର୍ଥୀଙ୍କୁ ଅଧିକାର ଦେବାର ମାନ୍ୟତା କେବେ ଦେଲା। କେହି ଦେଶରେ ଅବୈଧ ଭାବେ ପଶିବ ଆଉ ନାଗରିକ ଭଳି ଆଇନଗତ ଅଧିକାର ମାଗିବ। ଏମିତି କେମିତି ଚଳିବ। ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନରେ କୁହାଯାଇଥିଲା ଯେ, ଚଳିତ ବର୍ଷ ମେ ମାସରେ ଦିଲ୍ଲୀ ପୁଲିସ ୫ ରୋହିଙ୍ଗ୍ୟାଙ୍କୁ ହେପାଜତକୁ ନେଇଥିଲା। କିନ୍ତୁ ସେମାନେ ହେପାଜତରୁ ଖସିଯାଇଛନ୍ତି। ସେମାନଙ୍କ ପତ୍ତା ମିଳୁନି। ସେମାନଙ୍କୁ ଠାବ କରି ମିଆଁମାର ପଠାଇଦିଆଯାଉ। ସିଜେଆଇ ଏହା ଉପରେ ଟିପ୍ପଣୀ ଦେଇଥିଲେ ଯେ, ସୀମାର ଫେନସିଂ ତାର କାଟି ସୁଡ଼ଙ୍ଗରେ ଦେଶକୁ ପଶିଆସୁଥିବା ଅନୁପ୍ରବେଶକାରୀ ଆଇନଗତ ସୁରକ୍ଷା ମାଗିବା କେତେଦୂର ଠିକ୍। ତେବେ ସିଜେଆଇଙ୍କ ଏହି ମନ୍ତବ୍ୟର ପ୍ରତିବାଦ କରି ଅବସରପ୍ରାପ୍ତ ବିଚାରପତି, ବରିଷ୍ଠ ଓକିଲ ଓ ଲିଗାଲ ସ୍କୋଲାରଗଣ ଖୋଲା ଚିଠି ଲେଖିଛନ୍ତି। ସାମ୍ୱିଧାନିକ ମର୍ଯାଦା ରଖିବା ସହ ରୋହିଙ୍ଗ୍ୟା ରିଫ୍ୟୁଜିଙ୍କ ଅଧିକାରକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ସିଜେଆଇଙ୍କ ଏଭଳି ମନ୍ତବ୍ୟ ସମୀଚିନ ନୁହେଁ। ଶରଣାର୍ଥୀଙ୍କ ସୁରକ୍ଷା କଥା ଉଠୁଥିଲା ବେଳେ ଆମ ଦେଶର ସମ୍ୱିଧାନ ଓ ନ୍ୟାୟାଳୟ ଉପରେ ଜନତାର ଆସ୍ଥା କଥା ପଡ଼ିଛି। ମାନବିକତା ଦୃଷ୍ଟିରୁ ଏହାକୁ ବିଚାର କରିବା ଜରୁରୀ। ଜାତୀୟ ନିରାପତ୍ତା ଓ ଦେଶର ନାଗରିକଙ୍କ ସୁରକ୍ଷାକୁ ସମାନ୍ତରାଳ ଦୃଷ୍ଟିରେ ଦେଖି ଅନ୍ୟମାନଙ୍କୁ ଭାରତର ଆତିଥେୟତା ଓ ଆଶ୍ରୟ ଦେବାର ଲମ୍ୱା ଟ୍ରାକ୍ ରେକର୍ଡ ରହିଛି। ତିବ୍ବତୀୟ ଓ ଶ୍ରୀଲଙ୍କା ଲୋକଙ୍କୁ ସରକାର ଶରଣାର୍ଥୀର ମାନ୍ୟତା ଦେଇ ସେମାନଙ୍କ ସାମାଜିକ ଅର୍ଥନୈତିକ ଅଧିକାରକୁ ସୁରକ୍ଷା ଦେଇଆସୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *