ମେସିଙ୍କୁ ନେଇ ମହାବିଭ୍ରାଟ- ବନ୍ଧାହେଲେ ଭାରତ ଆଣିଥିବା ଆୟୋଜକ ଶତାଦ୍ରୁ ଦତ୍ତା

ଗୋଟ୍ ଇଣ୍ଡିଆ ଟୁର ୨୦୨୫ର ଆୟୋଜକ ସତାଦ୍ରୁ ଦତ୍ତାଙ୍କୁ ବାନ୍ଧିଲା ପୁଲିସ। ସଲଟଲେକ ଷ୍ଟାଡିୟମରେ ମେସିଙ୍କୁ ନେଇ ସୃଷ୍ଟି ହୋଇଥିଲା ମହାଭାରତ। ପୁରା ଷ୍ଟାଡିୟମରେ ଭଙ୍ଗାରୁଜା କରିଥିଲେ ଫୁଟବଲ ଷ୍ଟାର୍ ମେସିଙ୍କ ଝଲକ ଦେଖିବାକୁ ଆସିଥିବା ତାଙ୍କ ଫ୍ୟାନ୍ । ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ମେସି ମାତ୍ର ୧୦ ମିନିଟରେ ପଳାଇଥିଲେ। ଆଉ ତାଙ୍କୁ ୫ଶହ ଲୋକ ଘେରି ରହିଥିବାରୁ ଦର୍ଶକ ମେସିଙ୍କୁ ଦେଖିବାରୁ ବଞ୍ଚିତ ହେଲେ। ଷ୍ଟାଡିୟମକୁ ଶାହାରୁଖ ଖାନ୍ ବି ଆସିବେ ବୋଲି କହି ଲୋକଙ୍କଠୁ ଟିକଟ ପଇସା ନେଇଥିଲା ଆୟୋଜନ ସଂସ୍ଥା। ଏଭଳି ବଡ଼ ବିଭ୍ରାଟ ଲାଗି ଆୟୋଜକଙ୍କ ପରିଚାଳନାଗତ ତୃଟିକୁ ଦାୟୀ କରାଯାଉଛି। ତେବେ ଗିରଫ ହୋଇଥିବା ସତାଦ୍ରୁ ଦତ୍ତା ସେହି ବ୍ୟକ୍ତି ଅଟନ୍ତି, ଯାହାଙ୍କ ଲାଗି ମେସିଙ୍କ ଭାରତ ଯାତ୍ରା ସମ୍ଭବ ହୋଇପାରିଲା। ଗୋଟ୍ ଇଣ୍ଡିଆ ଟୁର୍ ୨୦୨୫ ଅବସରରେ ଭାରତ ଆସିଛନ୍ତି ମେସି। ଏହାର ପ୍ରମୋଟର ଓ ମୁଖ୍ୟ ଆୟୋଜକ ହେଉଛନ୍ତି ସତାଦ୍ରୁ। ଦତ୍ତା ନିଜ କମ୍ପାନୀ ଏ ସତାଦ୍ରୁ ଦତ୍ତା ଇନିସିଏଟିଭ୍ ପାଇଁ କାମ କରନ୍ତି। ସେ ପୂର୍ବରୁ ପେଲେ, ଡିଏଗୋ ମାରାଡୋନା ଓ କାଫୁଙ୍କ ଭଳି କିମ୍ୱଦନ୍ତୀ ଫୁଟବଲ ଷ୍ଟାରଙ୍କୁ ଆଣି ଭାରତରେ ଇଭେଣ୍ଟ ଆୟୋଜନ କରିସାରିଛନ୍ତି। ସଲଟଲେକ ଷ୍ଟାଡିୟମରେ ହଙ୍ଗାମା ପରେ ସତାଦ୍ରୁଙ୍କୁ ପୁଲିସ ଗିରଫ କରିଛି। ଯିଏ ମେସିଙ୍କୁ ଭାରତ ଆଣିଥିଲେ, ସେ ହିଁ ଶେଷରେ ବନ୍ଧା ହେଲେ। କୋଲକାତା କାର୍ଯ୍ୟକ୍ରମ ସାରି ହାଇଦ୍ରାବାଦ ଯାଉଥିଲା ବେଳେ ମେସିଙ୍କ ଟିମ୍ ସହ ସତାଦ୍ରୁ ବି ଉଡ଼ାଣ ଭରିବାକୁ ଏୟାରପୋର୍ଟ ପହଞ୍ଚି ସାରିଥିଲେ। କିନ୍ତୁ କୋଲକାତା ପୁଲିସ ତାଙ୍କୁ ନେତାଜୀ ସୁବାଷଚନ୍ଦ୍ର ବୋଷ ଏୟାରପୋର୍ଟରୁ ହିଁ ହେପାଜତକୁ ନେଇଗଲା। ଆଉ ଏଡିଜି (ଆଇନଶୃଙ୍ଖଳା) ଜାଭେଦ ସମିମ୍ କହିଛନ୍ତି, ସତାଦ୍ରୁ କଥା ଦେଇଛନ୍ତି ଯେ, ସେ ଫ୍ୟାନ୍ସଙ୍କ ଟଙ୍କା ଫେରାଇଦେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *