ମୋଦିଙ୍କୁ ଭେଟିଲେ ଅଧୀର ରଞ୍ଜନ ଚୌଧୁରୀ। ବଙ୍ଗାଳୀ ପ୍ରବାସୀଙ୍କ ଉପରେ ବିଭିନ୍ନ ରାଜ୍ୟ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ମୋଦିଙ୍କୁ ଚିଠି ଲେଖିବା ସହ ଭେଟିଛନ୍ତି ଅଧୀର। ବଙ୍ଗଳା ଭାଷା କହୁଥିବା ବ୍ୟକ୍ତି ବାଂଲାଦେଶୀ ନୁହନ୍ତି। ସେମାନଙ୍କୁ ବାଂଲାଦେଶୀ କହି ବିଜେପି ଶାସିତ ରାଜ୍ୟରେ ଭେଦଭାବ କରାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଅଧୀର। ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ସେମାନଙ୍କ ପ୍ରତି ଅସଭ୍ୟ ଆଚରଣ ଗଣତନ୍ତ୍ର ଓ ସମ୍ୱିଧାନ ଉଭୟ ଲାଗି କ୍ଷତିକାରକ ବୋଲି ଦର୍ଶାଇଛନ୍ତି। ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ସହ ଅଧୀରଙ୍କ ଭେଟଘାଟକୁ ନେଇ ରାଜନୈତିକ ଆକଳନ ବି ଆରମ୍ଭ ହୋଇଛି। କଂଗ୍ରେସ ଛାଡ଼ିବେ କି ଅଧୀର। ପଦ୍ମ ଧରିବେନି ତ। କାରଣ କିଛି ଦିନ ହେଲା କଂଗ୍ରେସ ସହ ଅଧୀରଙ୍କ ମତଭେଦ ଜାରି ରହିଛି। ଅଧିର କହିଛନ୍ତି, ଏହା ପାର୍ଟି ପଲିଟିକ୍ସ ନୁହେଁ। ବରଂ ମର୍ଯାଦା, ସୁରକ୍ଷା ଓ ନ୍ୟାୟର କଥା ପଡିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now