ନୂଆବର୍ଷରେ ଉପଭୋକ୍ତାଙ୍କୁ ବିଏସଏନଏଲର ସରପ୍ରାଇଜ୍ ଗିଫ୍ଟ। ଓ୍ୱାଇ-ଫାଇ କଲିଂ ଫିଚର ଆସିଲା। ବିନା ନେଟଓ୍ୱର୍କରେ କଲ୍ କରିପାରିବେ। ଜାତୀୟସ୍ତରରେ ଭଏସ ଓଭର ଓ୍ୱାଇଫାଇ ସେବାକୁ ଆରମ୍ଭ କରିଛି ବିଏସଏନଏଲ। ଏହି ସେବା ଗ୍ରାମୀଣ ଓ ଦୁର୍ଗମ ଏରିଆରେ ବିଶେଷ ଭାବେ ଫାଏଦା ଦେବ। ଯେଉଁଠି ମୋବାଇଲ୍ କଭରେଜ ସୀମିତ ଥିବ। ଏହି ଭିଓ ଓ୍ୱାଇଫାଇ ନେଟଓ୍ୱର୍କର ଭିଡ଼କୁ ବି କମ କରିବାରେ ସହଯୋଗ କରିବ। ଏହା ନିଃଶୁଳ୍କ ଅଟେ। ଓ୍ୱାଇଫାଇ କଲିଂ ପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବନି। ଏହା ଆଇଏମଏସ- ଆଧାରିତ ସେବା ଅଟେ। ଏହି ସେବା ଅଧିକାଂଶ ସ୍ମାର୍ଟଫୋନରେ ସମର୍ଥନ କରିବ। ଗ୍ରାହକଙ୍କୁ କେବଳ ନିଜର ହ୍ୟାଣ୍ଡସେଟ୍ ସେଟିଂରେ ଓ୍ୱାଇଫାଇ କଲିଂ ଆରମ୍ଭ କରିବାକୁ ପଡିବ। ଡିଭାଇସ ସପୋର୍ଟ କରୁନଥିଲେ ବା କୌଣସି ସମସ୍ୟା ଦେଖାଗଲେ, ଗ୍ରାହକ ସେବା କେନ୍ଦ୍ର ନଚେତ ବିଏସଏନଏଲ ହେଲ୍ପଲାଇନ ନମ୍ୱର ୧୮୦୦୧୫୦୩କୁ କଲ୍ କରିବାକୁ କୁହାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now