ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କୁ ଏସଆଇଆର ନୋଟିସ ନେଇ ତେଜିଛି ବିବାଦ। ଶୁଣାଣୀ ଲାଗି ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ ନିର୍ବାଚନ ଆୟୋଗ। ଟିଏମସି ଏହାକୁ ଘୋର୍ ଅପମାନ ବୋଲି କହିଛି। ଆଉ ପଶ୍ଚିମବଙ୍ଗରେ ଏହାକୁ ନେଇ ବିବାଦ ତେଜିବା ପରେ ଆୟୋଗ କହିଛନ୍ତି, ଏହା ଟାଇପୋଗ୍ରାଫ୍ ତୃଟି ଥିଲା। ଅମର୍ତ୍ତ୍ୟଙ୍କୁ ଆୟୋଗଙ୍କ ସାମ୍ନାରେ ହାଜର ହେବାର ଆବଶ୍ୟକତା ନାହିଁ। ମତଦାତା ସୂଚୀରେ ତାଙ୍କ ନାଁରେ ବିସଙ୍ଗତି ଥିବା କାରଣରୁ ନିର୍ବାଚନ ଆୟୋଗ ଡାକିଥିଲେ। ସେନଙ୍କୁ ଏଭଳି ନୋଟିସ କରିଥିବା ବିଏଲଓଙ୍କୁ ସସପେଣ୍ଡ କରାଯାଇଛି। ଟିଏମସି ନେତା ଅଭିଷେକ ବାନାର୍ଜୀ କହିଥିଲେ, ସେନଙ୍କୁ ନୋଟିସ କରିବାର ଅର୍ଥ ବଙ୍ଗାଳ ଓ ଭାରତକୁ ବୈଶ୍ୱିକ ପରିଚୟ ଦେଇଥିବା ଏକ ମହାନ ବ୍ୟକ୍ତିତ୍ୱଙ୍କୁ ଅପମାନ। ବଙ୍ଗରେ କେମିତି ପ୍ରଭାବଶାଳୀ ସ୍ୱରକୁ ବ୍ୟବସ୍ଥିତ ଢଙ୍ଗରେ ଟାର୍ଗେଟ କରାଯାଉଛି। ଏହା କେବଳ ଗୋଟିଏ ଉଦାହରଣ ନୁହେଁ। ଅଭିନେତା ଦେବା ଓ କ୍ରିକେଟର ମହମ୍ମଦ ସାମିଙ୍କୁ ବି ନୋଟିସ କରାଯାଇଥିଲା। ଏହାର ଅର୍ଥ ଉପଲବ୍ଧି, ସ୍ୱଛତା ଓ ଗାରିମାର କୌଣସି ମହତ୍ତ୍ୱ ନଥିବା ଭଳି ଲାଗୁଛି। ନିର୍ବାଚନ ଆୟୋଗ ସଫେଇ ଦେଇଛନ୍ତି ଯେ, ନୋବେଲ ପୁରଷ୍କାର ବିଜେତା ଅମର୍ତ୍ତ୍ୟଙ୍କ ଦିବଂଗତ ମାତା ଅମିତା ସେନ ୨୦୦୨ରେ ବଙ୍ଗଳାରେ ହୋଇଥିବା ଜନଗଣନାରେ ମତଦାତା ସୂଚୀରେ ଥିଲେ। ସେନ୍ ଜୀବନର ଅଧିକାଂଶ ସମୟ ବିଦେଶରେ କାଟିଥିଲେ। ୨୦୧୪ରେ ବଙ୍ଗାଳରେ ମତାଦାତା ଭାବେ ନାଁ ପଞ୍ଜୀକରଣ କରି ସେହି ବର୍ଷ ଲୋକସଭା ନିର୍ବାଚନରେ ଭୋଟ ଦେଇଥିଲେ। ଯେବେ ରାଜ୍ୟରେ ନଭେମ୍ୱର ୪ରୁ ଏସଆଇଆର ଆରମ୍ଭ ହୋଇଥିଲା। ସେନଙ୍କ ନାଁରେ ଏକ ଏସଆଇଆର ଜନଗଣନା ପତ୍ର ଜାରି ହୋଇଥିଲା। ତାଙ୍କ ଦାଦା ପୁଅ ଭାଇ ସନ୍ତାଭାନୁ ସେନ ଏହି ପତ୍ର ପୂରଣ କରି ବିଏଲଓଙ୍କ ପାଖରେ ଜମା କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now