ବିଜେଡିରୁ ସସପେଣ୍ଡ ହେଲେ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ସସପେଣ୍ଡ କଲେ ନବୀନ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ହେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏମିତିରେ ଅନେକ ଦିନ ଧରି କରଛଡ଼ା ଦେଉଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟତର ହେବାକୁ ଲାଗିଥିଲେ। ଏପରିକି ଗଲା ବିଧାନସଭାରେ ବିଜେଡି ବିଧାୟକ ଦଳ ବୈଠକରେ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଧରିଥିଲା। ନବୀନ ବି ସର୍ବସମ୍ମୁଖରେ କାହିଁକି ଆସିନଥିଲ ବୋଲି ପଚାରିବାରୁ ଅସୁସ୍ଥତାର କାରଣ ଦର୍ଶାଇଥିଲେ ସନାତନ। ହେଲେ କିଛି ଦିନ ହେଲା ଦଳର କାର୍ଯ୍ୟକ୍ରମରେ ବି ସାମିଲ୍ ହେଉନଥିଲେ ସନାତନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now