ଚାବହାର ପୋର୍ଟ ଯୋଜନାରୁ ଓହରିଗଲା କି ଭାରତ- ଟ୍ରମ୍ପଙ୍କ ଚାପରେ ନୁହେଁ ତ ?

ଇରାନ ସହ ହେବାକୁ ଥିବା ଚାବହାର ପୋର୍ଟ ଯୋଜନାରୁ କୁଆଡ଼େ ବାହାରିଗଲା ଭାରତ। ତା ପୁଣି ଆମେରିକା ଡରରେ ବୋଲି ଆରୋପ ଲଦିଛି କଂଗ୍ରେସ। ଏହି ଯୋଜନାରୁ ସମସ୍ତ ସରକାରୀ ଡାଇରେକ୍ଟର ଇସ୍ତଫା ଦେଇଛନ୍ତି। ଆଉ ଓ୍ୱେବସାଇଟ୍ ବନ୍ଦ କରିଦେଇଛନ୍ତି। କଂଗ୍ରେସ ଯୁକ୍ତି ବାଢ଼ିଛି ଯେ, ଏହି ପୋର୍ଟ ଯୋଜନାରୁ ଭାରତକୁ ଅନେକ ଫାଏଦା ମିଳିଥାଆନ୍ତା। ଏଥିରେ ପାକିସ୍ତାନକୁ ବାଏପାସ୍ କରି ଆଫଗାନିସ୍ତାନ ଓ ସେଣ୍ଟ୍ରାଲ ଏସିଆ ଯାଏ ସିଧା ପହଞ୍ଚିପାରିଥାଆନ୍ତା ଭାରତ। ଏହା ପାକିସ୍ତାନ-ଚୀନ୍ ଗଠବନ୍ଧନ ବିରୁଦ୍ଧରେ ରଣନୀତିକ ସଫଳତା ହୋଇଥାଆନ୍ତା। ଚାବହାର ଭବିଷ୍ୟତ ଏନର୍ଜି ଲାଗି ସୁରକ୍ଷିତ ମାର୍ଗ ସାଜିଥାଆନ୍ତା। ଏଥିରେ ଭାରତ ପ୍ରାୟ ୧୧ଶହ କୋଟି ଟଙ୍କା ନିବେଶ କରିଛି। ଏ ଟଙ୍କା ତ ଫେରିବନି। ଏହାର ଫାଏଦା ବି ସରିଯିବ ବୋଲି ଆରୋପ ଲଦିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍। ଯେତେବେଳେ ଚାବହାର ପୋର୍ଟର ଏଗ୍ରିମେଣ୍ଟ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଅର୍ଥନୀତି ସହ ଜଡ଼ିତ ସବୁଠୁ ବଡ଼ ସଫଳ ପଦକ୍ଷେପ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *