ଯିଏ ସନ୍ୟାସୀ। ସେଭଳି ସାଧୁ ସଂଥଙ୍କ ଜୀବନଶୈଳୀ ସାଧାରଣତଃ ନିରାଡ଼ମ୍ୱର ହୋଇଥାଏ। ହେଲେ ଏମିତି ଜଣେ ବାବା ଅଛନ୍ତି, ଯିଏ ନିଜର ଲକଜରି ଲାଇଫଷ୍ଟାଇଲ୍ ଲାଗି ସବୁବେଳେ ଚର୍ଚ୍ଚାରେ। ସେ ହେଉଛନ୍ତି ସାତୁଆ ବାବା। ୪ କୋଟି ଟଙ୍କାର ଲକଜରି କାର ଚଢ଼ୁଛନ୍ତି। ପ୍ରୟାଗରାଜ ମାଘ ମେଳାରେ ଲଜଜରି ଗାଡ଼ିକୁ ନେଇ ଚର୍ଚ୍ଚାରେ ଏବେ ସାତୁଆ ବାବା। ଆଉ ତାଙ୍କର ଅଜବ ଯୁକ୍ତି। ସନାତନ କେବଳ ଧର୍ମ ନୁହେଁ। ବରଂ ଶସ୍ତ୍ର-ଶାସ୍ତ୍ର, ଅର୍ଥ ଓ ବେଗର ପ୍ରତୀକ ଅଟେ। ମାଘ ମେଳାରେ ରେଞ୍ଜ ରୋଭର, ଡିଫେଣ୍ଡର ଓ ପୋର୍ଶ ଭଳି ଲକଜରି ଗାଡ଼ିରେ ସତୁଆ ବାବା ବୁଲୁଥିବା କଥାକୁ ଅନେକ ନାପସନ୍ଦ କରିଛନ୍ତି। ଆଉ ଏଭଳି ଜୀବନଶୈଳୀକୁ ନେଇ ବିରୋଧ କରୁଥିବା ଲୋକଙ୍କୁ ଏଭଳି ଢଙ୍ଗରେ ଜବାବ ଦେଇଛନ୍ତି ବାବା ସତୁଆ। ଗାଡ଼ି ଗୁଡ଼ିକର ନାମ ଓ ଦାମ୍ ବାବଦରେ ସେ ଜାଣନ୍ତିନି। ଯଦି ଗାଡ଼ିର ନାଁ ଓ ଦର କିଏ କହିପାରୁଛି, ତାହେଲେ ସେ ଗୁଗଲ ବାବା ଅଟନ୍ତି।ବ୍ରାଣ୍ଡ୍ ଚଷମା ପିନ୍ଧୁଥିବା ଓ ମହଙ୍ଗା କାର ଚଢ଼ୁଥିବା ସତୁଆ ବାବାଙ୍କ ଅସଲ ନାଁ ସନ୍ତୋଷ ତିଓ୍ୱାରୀ। ବୁନ୍ଦେଲଖଣ୍ଡର ଏକ ଛୋଟ ଗାଁ ମସୌରା ଲଳିତପୁରରେ ଘର। ସତୁଆ ବାବାଙ୍କୁ ଆଧ୍ୟାତ୍ମିକ ରାସ୍ତାରେ ଯିବାକୁ ରାସ୍ତା ଦେଖାଇଥିଲେ ତାଙ୍କ ବଡ଼ ଭାଇ। ୨୬ ବର୍ଷ ତଳେ ଏହି ରାସ୍ତା ଦେଖାଇଥିବା ସତୁଆଙ୍କ ବଡ଼ ଭାଇଙ୍କୁ ମର୍ଡର କରାଯାଇଥିଲା। ତେବେ କେମିତି ବନାରସରେ ପହଞ୍ଚିଥିଲେ ସନ୍ତୋଷ ତିଓ୍ୱାରୀ। ସେ ସାଧୁ ହେବାକୁ ମନ କରିଛନ୍ତି ବୋଲି ପରିବାର ଲୋକେ କେବେ ଜାଣିଲେ। କାହିଁକି ତାଙ୍କ ମା ଆଶ୍ରମରେ ଶେଷନିଃଶ୍ୱାସ ନେବାକୁ ଇଛାପ୍ରକାଶ କରିଥିଲେ। ଆସନ୍ତୁ ଜାଣିବା। ୪ ସନ୍ତାନଙ୍କ ଭିତରେ ସବା ସାନ ହେଉଛନ୍ତି ସନ୍ତୋଷ। ଶୋଭାରାମ ଓ ରାଜା ବେଟିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ସନ୍ତୋଷ। ଲଳିତପୁରରୁ ବନାରସର ମଣିକର୍ଣ୍ଣିକା ଆଶ୍ରମକୁ ତାଙ୍କ ବଡ଼ ଭାଇ ମହେଶ ଆଣିଥିଲେ। ଯାହାଙ୍କୁ ୨୦୦୭ରେ ହତ୍ୟା କରାଯାଇଥିଲା। ନବମ ଶ୍ରେଣୀରେ ପଢ଼ିଲା ବେଳେ ଆଧ୍ୟାତ୍ମିକ ବାଟରେ ଯିବାକୁ ମନ ବଳାଇଥିଲେ ସନ୍ତୋଷ। ଏହା ପରେ ଆଶ୍ରମରେ ଶିକ୍ଷାଗ୍ରହଣ କରିଥିଲେ। ୨୦୦୫ରେ ସେ ବିଧିବଦ୍ଧ ଭାବେ ସନ୍ୟାସୀ ଜୀବନ ଗ୍ରହଣ କରିବା ନେଇ ପରିବାରକୁ ଅବଗତ କରାଇଥିଲେ। ଏହାକୁ ଆଗ ଥଟ୍ଟାତାମସା ବୋଲି ଭାବିନେଇଥିଲେ ପରିବାର। ୨୦୧୯ରେ ବାପା, ୨୦୨୩ରେ ମାଆ ଓ ଭାଉଜ ଆରପାରିକୁ ଚାଲିଗଲେ। ସନ୍ତୋଷଙ୍କ ବଡ଼ ଭାଇଙ୍କ ସାନ ପୁଅ ହରିଦ୍ୱାରରେ ବାବା ରାମଦେବଙ୍କ ଆଶ୍ରମରେ ଆକାଉଣ୍ଟାଣ୍ଟ ଅଛନ୍ତି। ବଡ଼ ପୁଅ ବ୍ଲକ ଅଫିସରେ କାର୍ଯ୍ୟରତ। ୨୦୧୧ରେ ଆଶ୍ରମର ମହାମଣ୍ଡଳେଶ୍ୱର ଯମୁନାଚାର୍ଯ୍ୟ ଜି ମହାରାଜ ପରଲୋକ ଗମନ ପୂର୍ବରୁ ତାଙ୍କର ଉତ୍ତରାଧିକାରୀ ଭାବେ ସନ୍ତୋଷଙ୍କ ନାଁ ଘୋଷଣା କରିଥିଲେ। ମହାକୁମ୍ଭ ୨୦୨୫ରେ ଜଗଦଗୁରୁ ଉପାଧି ପାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବରିଷ୍ଠ ସାଧୁ ସଂଥଙ୍କ ଉପସ୍ଥିତିରେ ଜଗଦଗୁରୁ ରମଭଦ୍ରାଚାର୍ଯ୍ୟମ ତାଙ୍କୁ ଜଗଦଗୁରୁ ଘୋଷଣା କରିଥିଲେ। ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ସତୁଆ ବାବା ୫୭ତମ ଆଚାର୍ଯ୍ୟ ଅଟନ୍ତି।ବ୍ରାଣ୍ଡ୍ ଚଷମା ପିନ୍ଧୁଥିବା ଓ ମହଙ୍ଗା କାର ଚଢ଼ୁଥିବା ସତୁଆ ବାବାଙ୍କ ଅସଲ ନାଁ ସନ୍ତୋଷ ତିଓ୍ୱାରୀ। ବୁନ୍ଦେଲଖଣ୍ଡର ଏକ ଛୋଟ ଗାଁ ମସୌରା ଲଳିତପୁରରେ ଘର। ସତୁଆ ବାବାଙ୍କୁ ଆଧ୍ୟାତ୍ମିକ ରାସ୍ତାରେ ଯିବାକୁ ରାସ୍ତା ଦେଖାଇଥିଲେ ତାଙ୍କ ବଡ଼ ଭାଇ। ୨୬ ବର୍ଷ ତଳେ ଏହି ରାସ୍ତା ଦେଖାଇଥିବା ସତୁଆଙ୍କ ବଡ଼ ଭାଇଙ୍କୁ ମର୍ଡର କରାଯାଇଥିଲା। ତେବେ କେମିତି ବନାରସରେ ପହଞ୍ଚିଥିଲେ ସନ୍ତୋଷ ତିଓ୍ୱାରୀ। ସେ ସାଧୁ ହେବାକୁ ମନ କରିଛନ୍ତି ବୋଲି ପରିବାର ଲୋକେ କେବେ ଜାଣିଲେ। କାହିଁକି ତାଙ୍କ ମା ଆଶ୍ରମରେ ଶେଷନିଃଶ୍ୱାସ ନେବାକୁ ଇଛାପ୍ରକାଶ କରିଥିଲେ। ଆସନ୍ତୁ ଜାଣିବା। ୪ ସନ୍ତାନଙ୍କ ଭିତରେ ସବା ସାନ ହେଉଛନ୍ତି ସନ୍ତୋଷ। ଶୋଭାରାମ ଓ ରାଜା ବେଟିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ସନ୍ତୋଷ। ଲଳିତପୁରରୁ ବନାରସର ମଣିକର୍ଣ୍ଣିକା ଆଶ୍ରମକୁ ତାଙ୍କ ବଡ଼ ଭାଇ ମହେଶ ଆଣିଥିଲେ। ଯାହାଙ୍କୁ ୨୦୦୭ରେ ହତ୍ୟା କରାଯାଇଥିଲା। ନବମ ଶ୍ରେଣୀରେ ପଢ଼ିଲା ବେଳେ ଆଧ୍ୟାତ୍ମିକ ବାଟରେ ଯିବାକୁ ମନ ବଳାଇଥିଲେ ସନ୍ତୋଷ। ଏହା ପରେ ଆଶ୍ରମରେ ଶିକ୍ଷାଗ୍ରହଣ କରିଥିଲେ। ୨୦୦୫ରେ ସେ ବିଧିବଦ୍ଧ ଭାବେ ସନ୍ୟାସୀ ଜୀବନ ଗ୍ରହଣ କରିବା ନେଇ ପରିବାରକୁ ଅବଗତ କରାଇଥିଲେ। ଏହାକୁ ଆଗ ଥଟ୍ଟାତାମସା ବୋଲି ଭାବିନେଇଥିଲେ ପରିବାର। ୨୦୧୯ରେ ବାପା, ୨୦୨୩ରେ ମାଆ ଓ ଭାଉଜ ଆରପାରିକୁ ଚାଲିଗଲେ। ସନ୍ତୋଷଙ୍କ ବଡ଼ ଭାଇଙ୍କ ସାନ ପୁଅ ହରିଦ୍ୱାରରେ ବାବା ରାମଦେବଙ୍କ ଆଶ୍ରମରେ ଆକାଉଣ୍ଟାଣ୍ଟ ଅଛନ୍ତି। ବଡ଼ ପୁଅ ବ୍ଲକ ଅଫିସରେ କାର୍ଯ୍ୟରତ। ୨୦୧୧ରେ ଆଶ୍ରମର ମହାମଣ୍ଡଳେଶ୍ୱର ଯମୁନାଚାର୍ଯ୍ୟ ଜି ମହାରାଜ ପରଲୋକ ଗମନ ପୂର୍ବରୁ ତାଙ୍କର ଉତ୍ତରାଧିକାରୀ ଭାବେ ସନ୍ତୋଷଙ୍କ ନାଁ ଘୋଷଣା କରିଥିଲେ। ମହାକୁମ୍ଭ ୨୦୨୫ରେ ଜଗଦଗୁରୁ ଉପାଧି ପାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବରିଷ୍ଠ ସାଧୁ ସଂଥଙ୍କ ଉପସ୍ଥିତିରେ ଜଗଦଗୁରୁ ରମଭଦ୍ରାଚାର୍ଯ୍ୟମ ତାଙ୍କୁ ଜଗଦଗୁରୁ ଘୋଷଣା କରିଥିଲେ। ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ସତୁଆ ବାବା ୫୭ତମ ଆଚାର୍ଯ୍ୟ ଅଟନ୍ତି।ବାବା ସତୁଆଙ୍କ ଏଭଳି ଜୀବନଶୈଳୀ ସନ୍ଥ ପରମ୍ପରା, ବୈରାଗ୍ୟ ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ସତୁଆ ବାବାଙ୍କ ଲକଜରି ଲାଇଫଷ୍ଟାଇଲ୍, ମହଙ୍ଗା ଗାଡି, ଭବ୍ୟ ପେଣ୍ଡାଲ ଆଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ମୌନି ବାବା ଆପତ୍ତି କରିଛନ୍ତି। ସନ୍ଥ ସମାଜର ଅସଲ ସ୍ୱରୂପ ତ୍ୟାଗ, ସେବା ଓ ସଂସ୍କାର ଅଟେ। ବୈଭବ କି ସୋ ବାଜି ନୁହେଁ। ସନ୍ଥଙ୍କ ଆଭୂଷଣ ସମାଜ ପାଇଁ ସବୁବେଳେ ପ୍ରଶ୍ନ ଛିଡ଼ା କରିବ। ରେ ବ୍ୟାନ୍ ଚଷମା ପିନ୍ଧିବା ହେଉ ଅବା ୪ କୋଟି ଟଙ୍କାର ଗାଡ଼ି ଚଢ଼ିବା। ସତୁଆ ବାବାଙ୍କ କହିବା କଥା, ଯିଏ ଗରିବଙ୍କ କୁଡ଼ିଆରେ ବିଜୁଳି ପହଞ୍ଚାଇପାରୁନି, ଭୋକିଲାଙ୍କ ପେଟକୁ ଦାନା ଦେଉନି ଓ ରାସ୍ତା ଠିକ୍ କରିପାରୁନି। ସେମାନେ ହିଁ ଆଜି ତାଙ୍କୁ ଅଙ୍ଗୁଳି ଉଠାଉଛନ୍ତି। ସତୁଆ ବାବା ପୀଠ ୩୫୦ ବର୍ଷ ତଳର। ଏହାର ଶିଷ୍ୟ ରାଜା-ମହାରାଜା ଥିଲେ। ସେଥିଲାଗି ଏ ପୀଠର ମହତ୍ତ୍ୱ ଗୌରବଶାଳୀ ଅଟେ। ଏବେ ସେହି ସାଧୁ ସଂଥଙ୍କୁ ଅଧିକ ମହତ୍ତ୍ୱ ଦିଆଯାଉଛି। ଯାହାଙ୍କ ପାଖରେ ଦମ୍ଭ, ଧନ, ଭବ୍ୟତା ଓ ସତ୍ତା ଅଛି। ତ୍ୟାଗ ଓ ତପସ୍ୟା କରୁଥିବା ସାଧୁଙ୍କୁ ପୂର୍ବଭଳି ମହତ୍ତ୍ୱ ମିଳୁନି ବୋଲି ଚର୍ଚ୍ଚା ହୁଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now