ପ୍ରେମିକ ସହ ମିଶି ମାରିଦେଲା ସ୍ୱାମୀକୁ

ତ୍ରିକୋଣ ପ୍ରେମ ଓ ଧୋକାର କାହାଣୀ। ବୟଫ୍ରେଣ୍ଡ ସହ ମିଶି ସ୍ୱାମୀକୁ ନିର୍ମମ ହତ୍ୟା କଲା ସ୍ତ୍ରୀ। ତଣ୍ଟିରେ ପାଦ ରଖି ଦଳିଦେଲା ପ୍ରେମିକ। ଅମରୋହାରୁ ଆସିଛି ଏଭଳି ଘଟଣା। ସଙ୍ଗୀତା ନିଜ ପ୍ରେମିକ ନରସିଂହ ଦେବ ସହ ମିଶି ସ୍ୱାମୀ ୩୫ ବର୍ଷୀୟ ଟିଙ୍କୁକୁ ସବୁଦିନ ଲାଗି ରାସ୍ତାରୁ ହଟାଇଦେଲା। ଅଭିଯୁକ୍ତ ପ୍ରେମିକ ଆଗ ଟିଙ୍କୁକୁ ମଦ ପିଆଇଥିଲେ। ପରେ ରେଲଓ୍ୱେ ଟ୍ରାକ୍ ପାଖକୁ ନେଇ ମାରିଦେଇଥିଲେ। ଟ୍ରେନ ଦୁର୍ଘଟଣାଜନିତ ଯେମିତି ଲାଗିବ, ସେଥିଲାଗି ସବୁ ଫନ୍ଦି କରି ଟ୍ରାକରେ ଶବକୁ ରଖିଥିଲେ। କିନ୍ତୁ ପୁଲିସ ହତ୍ୟାକାଣ୍ଡର ୨୨ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟାରେ ବ୍ୟବହୃତ ହତିଆରକୁ ଜବତ କରିଛି। ବୁଧବାର ରାତି ୮ଟାର ଘଟଣା।  ଡାଏଲ ୧୧୨ରେ ସୂଚନା ମିଳିଥିଲା- ନୌଗାଁଓ ରେଲଓ୍ୱେ ଫାଟକରୁ ଧନୌରା ଆଡ଼କୁ ରେଲଓ୍ୱେ ଟ୍ରାକରେ ଜଣେ ବ୍ୟକ୍ତିର ଶବ ପଡିଛି। ଶବ ବ୍ୟବଛେଦରୁ ମୃତ୍ୟୁ କାରଣ ପଛରେ  Asphyxia stragulation ବା ଶ୍ୱାସରୁଦ୍ଧରୁ ମୃତ୍ୟୁ ବୋଲି ଜଣାପଡ଼ିଥିଲା। ପ୍ରାରମ୍ଭିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଲା ଯେ, ଟିଙ୍କୁଙ୍କ ପତ୍ନୀ ସଙ୍ଗୀତା ସହ ନରସିଂହର ଅବୈଧ ସମ୍ପର୍କ ଥିଲା। ସଙ୍ଗୀତା ସହ ଟିଙ୍କୁର ବାହାଘର ୬ ବର୍ଷ ତଳେ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ନରସିଂହ ସହ ସମ୍ପର୍କରେ ଥିଲା ସଙ୍ଗୀତା। ଆଉ ବିବାହ ପରେ ବି ସମ୍ପର୍କ ଜାରି ଥିଲା। ଜାନୁଆରୀ ୧୦। ସଙ୍ଗୀତା ସହ ଭେଟିବାକୁ ଆସିଥିଲା ନରସିଂହ। ଏହାକୁ ନେଇ ପରିବାର ଲୋକଙ୍କୁ ଜଣାପଡ଼ିଯାଇଥିଲା। ଏହା ପରେ ୧୪ ତାରିଖ ରାତିରେ ଟିଙ୍କୁକୁ ମଦ ପିଆଇ ରେଲଓ୍ୱେ ଟ୍ରାକ୍ ପାଖକୁ ଯୋଜନା କରି ନେଇଯାଇଥିଲା ନରସିଂହ। ନିଶାରେ ଥିବାରୁ ଟିଙ୍କୁ ଗଳିପଡ଼ିଲା। ଏହି ମଉକା ଦେଖି ତା ତଣ୍ଟିରେ ପାଦ ରଖି ଚକଟିଦେଲା ଓ ଲାଲ କପଡ଼ାରେ ଗଳା ଚିପି ହତ୍ୟା କରିଦେଲା। ସଙ୍ଗିତାର ଚରିତ୍ରକୁ ନେଇ ପୁଅକୁ ମାରିବା ପଛରେ ସଙ୍ଗୀତାର ହାତ ଥିବା ନେଇ ପରିବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗୀତାକୁ ଜେରା କରିବା ପରେ ସେ ସବୁ କିଛି ମାନି ନେଇଥିଲା। ୧୧ ବର୍ଷ ଧରି ନରସିଂହ ଓ ସଙ୍ଗୀତାଙ୍କ ଭିତରେ ପ୍ରେମସମ୍ପର୍କ ଜାରି ଥିଲା। ସିଲେଇ କେନ୍ଦ୍ରରେ ତାଲିମ ନେବା ବେଳେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ୨୦୨୦ରେ ନରସିଂହ ସହ ପରିବାର ଚାପରେ ସଙ୍ଗୀତା ବିବାହ କରିଥିଲେ। କିନ୍ତୁ ଟିଙ୍କୁକ ଅନୁପସ୍ଥିତିରେ ଉଭୟ ପରସ୍ପରକୁ ଭେଟୁଥିଲେ। ଟିଙ୍କୁ ମଦ୍ୟପ ଥିବାରୁ ଦୁହେଁ ପ୍ରାୟ ସମୟ ଅବାଧରେ ମିଳି ମିଶିପାରୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *