ଥଲପତି ବିଜୟଙ୍କ ଶେଷ ଫିଲ୍ମ ଜନ ନାୟଗନ ରିଲିଜ ହେବ କି ନାହିଁ। ଜାନୁଆରୀ ୯ରେ ଏହା ରିଲିଜ ହେବାର ଥିଲା। କିନ୍ତୁ ସେନସର ବୋର୍ଡ ପକ୍ଷରୁ ସାର୍ଟିଫିକେଟ ଜାରି ହୋଇନଥିଲା। ଏହାକୁ ନେଇ ମାମଲା କୋର୍ଟରେ ପହଞ୍ଚିଥିଲା। ଆଉ ରିଲିଜ ବାରମ୍ୱାର ଟଳି ଚାଲିଥିଲା। ଆଉ ଆଜି ଏହି ମାମଲାରେ ମାଡ୍ରାସ ହାଇକୋର୍ଟରେ ଶୁଣାଣୀ ହୋଇଥିଲା। ସେନସର ବୋର୍ଡ ପକ୍ଷରୁ କୋର୍ଟରେ ଅତିରିକ୍ତ ସଲିସିଟର ଜେନେରାଲ ସ୍ପଷ୍ଟ କରିଥିଲେ ଯେ, ସିନେମାଟୋଗ୍ରାଫ ଆକ୍ଟ ଆଧାରରେ ସାର୍ଟିଫିକେସନ ଦିଆଯାଏ। କୌଣସି ପ୍ରଡ୍ୟୁସରକୁ ସେତିକିବେଳେ ଅଧିକାର ପ୍ରାପ୍ତ ହୁଏ, ଯେବେ ସିବିଏଫସି ଫିଲ୍ମର ସ୍କ୍ରିନିଂ କରି ତାକୁ ମଞ୍ଜୁରୀ ଦେଇଥାଏ। ଯେପର୍ଯ୍ୟନ୍ତ ସାର୍ଟିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନି, ସେପର୍ଯ୍ୟନ୍ତ ମେଡମସ୍ ରିଟ୍ ଜାରି କରିବାର କୌଣସି ବାଧ୍ୟବାଧକତା ନାହିଁ। ମେକର୍ସଙ୍କୁ କହିଥିଲେ, ୫ଶହ କୋଟିର ବଜେଟ୍ କହି ଆଶ୍ୱସ୍ତି ପାଇପାରିବେନି। ସିବିଏଫସି ଯୁକ୍ତି ବାଢ଼ିଛି କି, ସାର୍ଟିଫିକେଟ ଦେବାରେ ବିଳମ୍ୱ ପଛରେ ଏଯାଏ ବୋର୍ଡ ଚେୟାରମ୍ୟାନ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଜନ ନାୟଗନରେ ଯାହା କଟ୍ ଲଗାଇବାକୁ କୁହାଯାଇଥିଲା, ତାହା ପ୍ରାରମ୍ଭିକ ଥିଲା। ଫାଇନାଲ ନୁହେଁ। ଫିଲ୍ମ ନିର୍ମାତା କେଭିଏସ ପ୍ରଡକ୍ସନ ଅଦାଲତରେ ତର୍କ ରଖିଥିଲେ ଯେ, ରିଲିଜରେ ବିଳମ୍ୱ ହେତୁ ତାଙ୍କର ବିପୁଳ କ୍ଷତି ହେବ। ପାରାସରନ ଯୁକ୍ତି ବାଢିଥିଲେ ଯେ, ଏ ଫିଲ୍ମକୁ ପୂର୍ବରୁ ୨୨ ଦେଶରେ ମଞ୍ଜୁରୀ ମିଳିସାରିଛି। ସାର୍ଟିଫିକେଟ ପୂର୍ବରୁ ପ୍ରୋଜେକ୍ଟର ଘୋଷଣା ଇଣ୍ଡଷ୍ଟ୍ରିରେ ସାଧାରଣ କଥା। ବଲିଉଡରେ ଧୁରନ୍ଧର-୨ ଭଳି ଫିଲ୍ମର ଘୋଷଣା ପ୍ରମାଣପତ୍ର ବିନା ପ୍ରତୀକ୍ଷାରେ କରିଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମୋହନ ଶ୍ରୀବାସ୍ତବ ଓ ଜଷ୍ଟିସ ଜି ଅରୁଲ ମୁରୁଗନଙ୍କ ଖଣ୍ଡପୀଠ ୩ ଘଣ୍ଟାର ଲମ୍ୱା ତର୍କ ପରେ କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି।ଆଉ ରାୟକୁ ସଂରକ୍ଷିତ ରଖିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now