ସସପେଣ୍ଡ ପାଇଁ ଖାତିର ନାହିଁ- କିନ୍ତୁ ମନ୍ତ୍ରୀ କ୍ଷମା ମାଗନ୍ତୁ

ବିବାଦରେ ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଗିରିଶ ମହାଜନ। ଗଣତନ୍ତ୍ର ଦିବସ ଭାଷଣରେ ବାବା ସାହେବ ଆମ୍ୱେଦକରଙ୍କ ନାଁ ଜାଣିଶୁଣି ପଢ଼ିଲେନି। ଏହାକୁ ନେଇ ବିବାଦ ତେଜିଛି। ନାସିକରେ ସରକାରୀ ଉତ୍ସବରେ ମନ୍ତ୍ରୀ କାହିଁକି ଆମ୍ୱେଦକରଙ୍କ ନାଁ ଛାଡ଼ିଦେଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ଜଣେ ମହିଳା ବନବିଭାଗ ଅଧିକାରୀ ଘୋର ଆପତ୍ତି କରିଛନ୍ତି। ସଂପୃକ୍ତ କର୍ମଚାରୀଙ୍କ ନାଁ ମାଧବି ଯାଦବ। ମନ୍ତ୍ରୀ ଏଥିଲାଗି କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ସମ୍ୱିଧାନର ପ୍ରଣେତାଙ୍କୁ ଏଭଳି ଅପମାନ ବରଦାସ୍ତ କରାଯିବନି କହି ବିନା ଭୟଭ୍ରାନ୍ତିରେ କହିଥିଲେ। ତାଙ୍କୁ ବରଂ ଚାକିରୀରୁ ସସପେଣ୍ଡ କରିଦିଆଯାଉ। ଏହାକୁ ନେଇ ଖାତିର କରିବେନି। କିନ୍ତୁ କରିଥିବା ଭୁଲ୍ ପାଇଁ ମନ୍ତ୍ରୀ କ୍ଷମା ମାଗନ୍ତୁ। ଫଳରେ କାର୍ଯ୍ୟସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମାଧବୀଙ୍କୁ ସହକର୍ମୀ ଓ ଉପରିସ୍ଥ ଅଧିକାରୀ ବୁଝାସୁଝା କରିଥିଲେ। ସରକାରୀ ସ୍ପିଚରେ ଜାଣିଶୁଣି ଜାତୀୟ ଫିଗରଙ୍କ ନାଁ ହଟାଇଦେବା ନେଇ ମହାରାଷ୍ଟ୍ର ରାଜନୀତିରେ ବିତର୍କର ଝଡ଼ ସୃଷ୍ଟି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *