ଆମେରିକାରେ ୨ ବର୍ଷର ଶିଶୁକୁ ହେପାଜତକୁ ନେଲା ପୁଲିସ । କାରରେ ନିଜ ବାପାଙ୍କ ସହ ଯାଉଥିଲା ପିଲାଟି। ବାଟରେ ଅଫିସର ଗାଡ଼ିକୁ ଅଟକାଇଲେ। କାଚ ଭାଙ୍ଗିଲେ ଓ ବାପା ସହ ଝିଅକୁ ଧରିଲେ। ଇମିଗ୍ରେସନ ଏଜେନ୍ସି ଇମିଗ୍ରେସନ ଆଣ୍ଡ୍ କଷ୍ଟମସ ଏନଫୋର୍ସମେଣ୍ଟ ବାପା ଝିଅଙ୍କୁ କାହିଁକି ଗିରଫ କଲେ। ଖବର ଅନୁସାରେ ଏଲଭିସ ଜୋଏଲ ନିଜର ୨ ବର୍ଷର ଝିଅ କ୍ଲୋଏ ରେନାଟାଙ୍କ ସହ କାରରେ ଯାଉଥିଲେ। ଦୋକାନରୁ ସାମଗ୍ରୀ କିଣି ଘରକୁ ଫେରୁଥିଲେ। କିନ୍ତୁ ଦୁହିଁଙ୍କୁ ଅଟକ ରଖିବା ପରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସାଉଥ୍ ମିନିୟାପୋଲିସକୁ ନିଆଯାଇଥିଲା। ଯେହେତୁ ଏନଫୋର୍ସମେଣ୍ଟ ଟିମ କୌଣସି ଓ୍ୱାରେଣ୍ଟ ଦେଖାଇପାରିନଥିଲା। ସେଥିଲାଗି କୋର୍ଟ ପିଲାଟିକୁ ତୁରନ୍ତ ରିଲିଜ କରିବାକୁ ଆଦେଶ ଦେଇଥିଲେ। ହୋମଲ୍ୟାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ କହିଛି, ବାପା ଝିଅ ସହ ଭୁଲ ତରିକାରେ ଗାଡ଼ି ଚଲାଉଥିଲେ। ବିଭାଗ ମୁତାବକ, ଏଲଭିସ୍ ଇକ୍ୱେଡୋରର ନାଗରିକ। ଆମେରିକାରେ ଅବୈଧ ରୂପରେ ରହୁଥିଲେ। ଆଉ ଆଇନକୁ ଭାଙ୍ଗିଛନ୍ତି। ବିଭାଗ କହିଛି, ପିଲାକୁ ଦେଖାଶୁଣା କରିବାକୁ ତାଙ୍କ ମାଆ ନିଜ ସାଙ୍ଗରେ ନେବାକୁ ମନା କରିଦେଲେ। ପରେ ବାପା ଓ ଝିଅଙ୍କୁ ଏକ ଫେଡେରାଲ ସେଣ୍ଟରରେ ଦୁଇଥର ଭେଟ କରାଯାଇଥିଲା। ଏଲଭିସ୍ ଟିପାନ କାର କାଚ ଖୋଲିବାକୁ ମନା କରିଥିଲେ। ଫଳରେ ବାଧ୍ୟ ହୋଇ କାଚ ଭାଙ୍ଗିବାକୁ ପଡ଼ିଲା ବୋଲି ସଫେଇ ଦେଇଛି ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now