ଲଭ ମ୍ୟାରେଜକୁ ବିରୋଧ- ବାପା ମାଆକୁ ଓଭରଡୋଜ୍ ଇଞ୍ଜେକ୍ସନ ଦେଇ ମାରିଦେଲା ନର୍ସ ଝିଅ

ପ୍ରେମ ବିବାହକୁ ବିରୋଧ କରୁଥିଲେ ବାପା ମାଆ। ଶେଷରେ ଝିଅ ବାପା ମାଆଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କଲା ଯୋଜନା। ପ୍ରେମିକ ସହ ବିବାହକୁ ବିରୋଧରୁ ବାପା ମାଆଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ନିଜ ପେଶାର ଦୁରୁପଯୋଗ କଲା। ହେଭି ପାଓ୍ୱାର ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ମାରିଦେଲା ବାପା ମାଆଙ୍କୁ। ତେଲେଙ୍ଗାନାରୁ ଆସିଛି ଏଭଳି ଅଭାବନୀୟ ଓ ଛାତିଥରା ଘଟଣା। ଝିଅ ଅଲଗା ଜାତିର ପୁଅକୁ ପ୍ରେମ କରୁଥିଲା। ଆଉ ଏ ବିବାହ ପାଇଁ ବିଲକୁଲ ରାଜି ହୋଇନଥିଲେ ବାପା ମାଆ। ସେଥିଲାଗି ନିଦ ଇଞ୍ଜେକ୍ସନରେ ଓଭରଡୋଜ୍ ଦେଇ ବାପା ମାଆକୁ ମର୍ଡର କରିଦେଲା ଝିଅ। ଜାନୁଆରୀ ୨୪ର ଘଟଣା। ୫୮ ବର୍ଷୀୟ ପିତା ଓ ୫୨ ବର୍ଷୀୟା ମାକୁ ମାରିଦେଲା ଝିଅ। ସୋସିଆଲ ମିଡିଆ ଜରିଆରେ ଯୁବକ ସହ ପରିଚୟ ହୋଇଥିଲା। ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ିଥିଲା। ତେବେ ବିବାହ କଥା ଘରେ କହିବାରୁ ଅଲଗା ଜାତିର କହି ବିବାହକୁ ମନା କରିଦେଲେ। ଏହାକୁ ନେଇ ଘରେ ଲଗାତାର ବିବାଦ ଚାଲିଥିଲା। ସଙ୍ଗାରେଡ୍ଡି ଜିଲ୍ଲାର ଏକ ହସ୍ପିଟାଲରେ କାମ କରୁଥିଲେ ଯୁବତୀ। ସେଠାରୁ ନିଦ ଇଞ୍ଜେକ୍ସନ ଆଣିଥିଲେ। ଦେହହାତ ଦରଜର ବାହାନା କରି ଆଗ ନିଜ ମାଆ ଓ ପରେ ବାପାଙ୍କୁ ଇଞ୍ଜେକ୍ସନର ଓଭରଡୋଜ୍ ଦେଇଥିଲା। ଉଭୟଙ୍କ ମୃତ୍ୟୁ ପରେ ନିଜ ଭାଇକୁ ଫୋନ୍ କରି କହିଥିଲା ଯେ, ଜମି ଋଣ ପଇସା ସୁଝି ନ ପାରିବା ଚାପରୁ ବାପା ମାଆ ଚାଲିଗଲେ। ଏଥିରେ ଭାଇର ସନ୍ଦେହ ହୋଇଥିଲା। ଆଉ ସେ ପୁଲିସରେ ଅଭିଯୋଗ କରିଥିଲେ। ସନ୍ଧିଗ୍ଧ ମୃତ୍ୟୁର ତଦନ୍ତରୁ ପୁରା କଥା ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ଘରୁ ୩ ଇଞ୍ଜେକ୍ସନ ମିଳିଥିଲା। ଯାହାର ବ୍ୟାଚ୍ ନମ୍ୱର ସଙ୍ଗାରେଡ୍ଡୀ ହସ୍ପିଟାଲ ସହ ମେଳ ଖାଉଥିଲା। ପୁଲିସ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *