୪ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଜଣେ ବିଲଡରଙ୍କଠୁ। ହେଲେ ମାଡ଼ିବସିଲା ଆଣ୍ଟି କରପସନ ବ୍ୟୁରୋ ଟିମ୍। ବେଙ୍ଗାଲୁରୁ ପୁଲିସ ଇନ୍ସପେକ୍ଟର ଗୋବିନ୍ଦରାଜୁଙ୍କୁ ରେଡ୍ ହ୍ୟାଣ୍ଡ୍ ଧରିଲା ଲୋକାୟୁକ୍ତ ଟିମ୍। ଚିଟଫଣ୍ଡ ମାମଲାରେ ମହମ୍ମଦ ଆକବରଙ୍କ ନାଁ ଡ୍ରପ୍ କରିବାକୁ ଏ ଟଙ୍କା ନେଉଥିଲେ ଗୋବିନ୍ଦରାଜୁ। ଆକବର ଜାନୁଆରୀ ୨୪ରେ ୧ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦେଇଥିଲେ। ଆଉ ବାକି ଟଙ୍କା ନେବା ପୂର୍ବରୁ କେବି ଅଗ୍ରହାରା ଥାନାର ଥାନା ବାବୁ ଦୁର୍ନୀତି ନିବାରଣ ଟିମ୍ ହାତରେ ପଡ଼ିଗଲେ। ତେବେ ଧରା ପଡ଼ିବା ପରେ ଖୁବ୍ ଚିତ୍କାର କରିଥିଲେ ଗୋବିନ୍ଦରାଜୁ। ତାଙ୍କୁ ଛାଡ଼ିଦେବାକୁ ବହୁତ କାକୁତି ମିନତି ହୋଇଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ଅଭିଯୁକ୍ତ ପୁଲିସ ବାବୁ ଅଭିଯୋଗକାରୀ ଆକବରଙ୍କୁ ଧମକ ଦେଉଥିଲେ। ଟଙ୍କା ନଦେଲେ ମିଛରେ ଚିଟଫଣ୍ଡ ମାମଲାରେ ପୁରାଇଦେବି। ତେବେ ସିର୍ସି ସର୍କଲରେ ଥିବା କାର୍ ଗ୍ରାଉଣ୍ଡରେ ଟଙ୍କା ନେଉଥିଲା ବେଳେ ଧରାପଡ଼ିଗଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now