ଚତୁର୍ଥ ପିଲାକୁ ଜନ୍ମ ଦେଲେ ମିଳିବ ୨୧ ହଜାର। ପଞ୍ଚମ ପିଲାକୁ ଜନ୍ମ ଦେଲେ ମିଳିବ ୩୧ ହଜାର। ନିଜ ପରିବାରକୁ ବଢ଼ାଅ। ଅଧିକ ପିଲା ଜନ୍ମ କର। ପିଲା ଜନ୍ମ କଲେ ଏମିତି ପ୍ରାଇଜ୍ ଘୋଷଣା କରିଛି ହିନ୍ଦୁ ରକ୍ଷା ଦଳ। ଘାଜିଆବାଦରେ ହିନ୍ଦୁ ରକ୍ଷା ଦଳର ଅଧ୍ୟକ୍ଷ ଭୁପେନ୍ଦ୍ର ଓରଫ ପିଙ୍କି ଚୌଧୁରୀଙ୍କ ଏଭଳି ଘୋଷଣା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି। ହିନ୍ଦୁ ପରିବାର କେବଳ ଗୋଟିଏ କି ଦୁଇଟି ପିଲାରେ ସୀମିତ ରହୁଛନ୍ତି। ଏହା ହିନ୍ଦୁ ସମାଜକୁ ବିପଦ ଆଣିବ। ଭବିଷ୍ୟତରେ ଘାତକ ସାଜିବ। କାରଣ ମୁସଲମାନ ୧୦ରୁ ୧୨ ପିଲା ଜନ୍ମ କରୁଛନ୍ତି। ଜନସଂଖ୍ୟା ବଢ଼ାଇ ହିନ୍ଦୁ ସମାଜ ପ୍ରତି ବିପଦ ସୃଷ୍ଟି କରିବେ। ଏମାନଙ୍କ ମାନସିକତା ସନାତନକୁ ସମାପ୍ତ କରିବା। ଆର୍ଥିକ ଅଭାବକୁ ଡରନ୍ତୁନି। ଯେଉଁ ହିନ୍ଦୁ ପରିବାର ୪ରୁ ଅଧିକ ପିଲା ଜନ୍ମ କରିବେ, ସେମାନେ ତାଙ୍କ ଅଫିସ ଆସି ଟଙ୍କା ନେଇଯାଆନ୍ତୁ। ଲଭ ଜିହାଦକୁ ନେଇ ପିଙ୍କି ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଏମିତିରେ ପିଙ୍କି ସବୁବେଳେ ବିବାଦରେ ରହି ଆସିଛନ୍ତି। ଘାଜିଆବାଦର ସାଲିମାର ଗାର୍ଡରରେ ପିଙ୍କି ଡିସେମ୍ୱର ୨୯ରେ ହିନ୍ଦୁ ପରିବାରକୁ ଖଣ୍ଡା ବାଣ୍ଟିଥିଲେ। ଏହାର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ପୁଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ୧୦ଜଣଙ୍କୁ ଆଗ ଗିରଫ କରାଯାଇଥିଲା। ୮ ଦିନ ପରେ ପିଙ୍କି ଓ ତାଙ୍କ ପୁଅ ହର୍ଷକୁ ଗିରଫ କରି ଜେଲ ପଠାଇଥିଲା ପୁଲିସ। ଜାନୁଆରୀ ୧୪ରେ ପିଙ୍କି ଜେଲରୁ ବାହାରିଥିଲେ। ଏହା ପରେ ୩୦ କିଲୋମିଟର ଶୋଭାଯାତ୍ରାରେ ବାହାରି ଆତସବାଜି କରିଥିଲେ। ଅଗଷ୍ଟ ୧୧, ୨୦୨୪ରେ ସମର୍ଥକଙ୍କ ସହ ଗୁଲଘର ମେଟ୍ରୋ ଷ୍ଟେସନ ପାଖରେ ଥିବା ଝୁମ୍ପୁଡ଼ି ଭାଙ୍ଗିଥିଲେ। ଏଥିରେ ପିଙ୍କି ଓ ତାଙ୍କ ସାଥୀ ବାଦଲକୁ ଗିରଫ କରି ଜେଲ୍ ପଠାଇଥିଲା ପୁଲିସ। ପିଙ୍କି ଚୌଧୁରୀ ମୂଳତଃ ବାଗପତର ବଡ଼ୋତର। ସେ ଘାଜିଆବାଦରେ ରୁହନ୍ତି। ୧୩ ବର୍ଷ ଧରି ହିନ୍ଦୁ ରକ୍ଷା ଦଳକୁ ରେଜିଷ୍ଟ୍ରେସନ କରି ଏହାକୁ ସମ୍ଭାଳିଛନ୍ତି। ଏପର୍ଯ୍ୟନ୍ତ ୬ ଥର ଗିରଫ ହେଲେଣି। ପିଙ୍କି ଦାବି କରନ୍ତି ଯେ, ୟୁପି ସମେତ ଅନ୍ୟ ରାଜ୍ୟରେ ତାଙ୍କ ସଂଗଠନରେ ୫ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି। ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଲେ, ସେ ସ୍ୱର ଉଠାନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now