ଜମି ରେକର୍ଡର ଡିଜିଟାଇଜେସନ ନିହାତି ଦରକାର। ଏମିତି ହେଲେ ଜମି କିଣାବିକାରେ ସ୍ୱଛତା ରହିବ। ପାରଦର୍ଶିତା ସହ ଉତ୍ତରଦାୟିତ୍ୱ ବି ଧାର୍ଯ୍ୟ ହୋଇପାରିବ। ସମସ୍ତ ଜମି ଓ ସମ୍ପତ୍ତି ରେକର୍ଡକୁ ବ୍ଲକଚେନ୍ କର। ସଂସଦରେ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ଆମ୍ ଆଦମୀ ଦଳ ସାଂସଦ ରାଘବ ଚଢ଼ାଯ ବ୍ଲକ୍ ଚେନ୍ ଭିତ୍ତିକ ପଞ୍ଜୀକରଣ ଜମି ବିବାଦର ତ୍ୱରିତ ସମାଧାନ କରିବ। ଏହା ସହ ପ୍ରପର୍ଟି ଟାକ୍ସ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ ଲୋକେ। କାରଣ ଦେଶରେ ଜମି ରେକର୍ଡ ପୁରା ଅଳିଆ ହୋଇ ପଡ଼ିଛି। ସାଧାରଣ ଲୋକେ ସବ-ରେଜିଷ୍ଟ୍ରାର ଅଫିସକୁ ଦୌଡ଼ି ନୟାନ୍ତ ହେଉଛନ୍ତି। ଦଲାଲ ଓ ମଧ୍ୟସ୍ଥିଙ୍କ ହାବୁଡ଼ରେ ପଡ଼ୁଛନ୍ତି। ସେଥିଲାଗି ଏହି ବ୍ଲକ୍ ଚେନ୍ ବ୍ୟବସ୍ଥାକୁ ଆପଣାଇଲେ, ଦୀର୍ଘ ଦିନ ଧରି ଚାଲିଥିବା ଅସୁବିଧା ଦୂର ହେବ। ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଜମି କିଣାବିକାରେ ଯେହେତୁ ଅଧିକ ନଗଦ କାରବାର ହେଉଛି। ହ୍ୱାଇଟ୍ ଟ୍ରାନ୍ସଆକ୍ସନ କମ୍ ଦର୍ଶାଯାଉଛି। ପ୍ରପର୍ଟି ଟାକ୍ସ ଲିକେଜ୍, ଫେକ୍ ଡକ୍ୟୁମେଣ୍ଟ, ଜବରଦଖଲ ଓ ଟାଇଟଲକୁ ନେଇ ଚାଲିଥିବା ବିବାଦର ପରିସମାପ୍ତି ଘଟନ୍ତା। ସେଥିଲାଗି ରାଜସ୍ୱ ବିଭାଗରେ ସଂସ୍କାର ଆଣିବା ଜରୁରୀ। ଏଭଳି ବ୍ୟବସ୍ଥା ନଥିବାରୁ ଭାରତରେ ୬୬ ପ୍ରତିଶତ ସିଭିଲ୍ ଡିସପୁଟ୍ ମାମଲା ଗଡ଼ୁଛି। ଏକ ତଥ୍ୟ ଅନୁସାରେ ୪୫ ପ୍ରତିଶତ ସମତ୍ତିର ମାଲିକାନାସତ୍ତ୍ୱକୁ ନେଇ ସ୍ପଷ୍ଟତା ନାହିଁ। ୪୮ ପ୍ରତିଶତ ସେମିତିରେ ବିବାଦୀୟ। ସମ୍ପତ୍ତି ପଞ୍ଜୀକରଣ ଦକ୍ଷତାରେ ୧୯୦ ଦେଶ ଭିତରେ ଭାରତର ସ୍ଥାନ ୧୩୩। କହିବାକୁ ଗଲେ ଏକ ସାଧାରଣ ଓ ସରଳ ସମ୍ପତ୍ତି ନେଣଦେଣରେ ବି ୨ମାସରୁ ୬ମାସ ଲାଗିଯାଉଛି। ପ୍ରାୟ ୬.୨ କୋଟି ପ୍ରପର୍ଟି ଡକ୍ୟୁମେଣ୍ଟ ଏବେ ସୁଦ୍ଧା ଡିଜିଟାଇଜେସନ ଲାଗି ପେଣ୍ଡିଂ ରହିଛି। ନାସନାଲ ବ୍ଲକ ଚେନ୍ ପ୍ରପର୍ଟି ବ୍ୟବସ୍ଥା ସ୍ୱିଡେନ୍, ଜର୍ଜିଆ ଓ ୟୁଏଇ ଆପଣାଇସାରିଲେଣି। ସେଥିଲାଗି ଏ ସବୁ ଦେଶରେ ଏଭଳି ଟେକ୍ନୋଲୋଜି ପାଇଁ ଟ୍ରାନ୍ସଆକ୍ସନ ମିନିଟରେ ସରିପାରୁଛି। ଆଉ ବିବାଦର ହାର ବହୁ କମ୍। ଏଭଳି ବ୍ୟବସ୍ଥା ଟାଇମ୍ ଅନୁସାରେ, ତୃଟିଶୂନ୍ୟ, ତ୍ୱରିତ ମାଲିକାନା ସତ୍ତ୍ୱର ଯାଞ୍ଚ, କ୍ଲିନ୍ ଓ ରିଅଲ ଟାଇମ୍ ଟ୍ରାକିଂ ସିଷ୍ଟମକୁ ଅଧିକ ବଳ ଦେବ। ପ୍ରତି କିଣାବିକାରେ ପଟ୍ଟାର ସରଳୀକରଣକୁ ସହଯୋଗ କରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now