ବାରାମତିରେ ଅଜିତ ପାଓ୍ୱାରଙ୍କ ବିମାନ ଦୁର୍ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ବାରିଛନ୍ତି ରୋହିତ ପାଓ୍ୱାର। ଅଜିତଙ୍କ ପୁତୁରା ରୋହିତ କହିଛନ୍ତି, ବାରାମତିରୁ ଶାମଶାବାଦ୍ ଲାଗି ଉଡ଼ାଣ ଭରୁଥିବା ଫ୍ଲାଇଟ୍ ଟେକ୍ ଅଫ୍ ସମୟ ୩ହଜାର ମିଟର ଭିଜିବିଲିଟିରେ ଉଡ଼ାଣ ଭରିଥିଲା। ଡିଜିସିଏ ନିୟମ ଅନୁସାରେ ୫ହଜାର ମିଟରରୁ କମ୍ ଭିଜିବିଲିଟିରେ ଟେକ୍ ଅଫ୍ ହେବା କଥା ନୁହେଁ। ଏହା ସତ୍ତ୍ୱେ ବିମାନ ଗୋ-ଆରାଉଣ୍ଡ କଲା। ଯେବେକି ଟେକ୍ନିକ୍ ରୂପରେ ଏହାର ଅନୁମତି ନଥିଲା। ଏବେ ପ୍ରଶ୍ନ ଉଠୁଛି, ଯଦି ବ୍ୟାକଅପ୍ ଏୟାରପୋର୍ଟ ପୁଣେରେ ଥିଲା। କିନ୍ତୁ ବିମାନ ପୁଣେ କାହିଁକି ଗଲାନି। ସେଥିଲାଗି ଜାନୁଆରୀ ୨୬ ଦୁର୍ଘଟଣା ପଛରେ ସାଂଘାତିକ ଷଡ଼ଯନ୍ତ୍ରର ଆଶଙ୍କା କରିଛନ୍ତି ରୋହିତ। ଦାଦା ଅଜିତ ପାଓ୍ୱାରଙ୍କୁ କାରରେ ପୁଣେ ଓ ପରେ ବାରାଣସୀ ଯିବାର ଥିଲା। କିନ୍ତୁ ଡେରି କାରଣରୁ ବିମାନ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଏତେ ତରବର ହେବା ପଛରେ ରହସ୍ୟ କଅଣ ଥିଲା। ତାଙ୍କ ଗସ୍ତ ପୂର୍ବ ନିର୍ଧାରିତ ଥିଲା ନା ତାଙ୍କୁ ଜବରଦସ୍ତି ବିମାନରେ ପଠାଇ ଦିଆଯାଇଥିଲା। ଆରମ୍ଭରୁ ୨ ପାଇଲଟଙ୍କୁ ବିମାନ ଉଡ଼ାଣ ଲାଗି ଅନୁମତି ଦିଆଯାଇଥିଲା। କିନ୍ତୁ ସକାଳେ ପାଇଲଟ ସୁମିତ କପୁରଙ୍କୁ ଦାୟିତ୍ୱ ଦିଆଗଲା। ଶେଷ ମୂହୂର୍ତ୍ତରେ କାହିଁକି ପାଇଲଟ ପରିବର୍ତ୍ତନ କରାଗଲା। ଏକ ଚାଟ୍ ଗ୍ରୁପ ଦେଖାଇ ରୋହିତ କହିଛନ୍ତି, ସୁମିତ ହଂକଂରୁ ଆସିଥିଲେ। ସେ କଅଣ ନିଶାଗ୍ରସ୍ତ ଥିଲେ କି। କ୍ୟାପଟେନ ସୁମିତଙ୍କ ବିରୁଦ୍ଧରେ ଅନେକ ଓ୍ୱାଟସଅପ ଚାଟ୍ ଅଛି। ସେ ଗ୍ରୁପରେ ଅନେକ ଥର ଚେତାବନୀ ଦିଆଯାଇଥିଲା ଯେ, ସେ ବହୁତ ମଦ ପିଅନ୍ତି। ଏଟିସି ଦ୍ୱାରା ରନଓ୍ୱେ ୨୯ରେ ଅବତରଣ କରିବାକୁ ନିର୍ଦେଶ ଦେବା ସତ୍ତ୍ୱେ ପାଇଲଟ ବାରମ୍ୱାର କାହିଁକି ୧୧ ନମ୍ୱର ରନଓ୍ୱେରେ ଅବତରଣ କରିବାକୁ ଅନୁରୋଧ କରିଥିଲେ। ବିମାନର ଷ୍ଟଲ ଓ୍ୱାର୍ଣ୍ଣିଂ ସିଷ୍ଟମ ଯାହା ଏକ ମହତ୍ତ୍ୱପୂର୍ଣ୍ଣ ସୁରକ୍ଷା ସୁବିଧା ଅଟେ, ତାଙ୍କୁ କାହିଁକି ଉଡ଼ାଣ ବେଳେ ବନ୍ଦ କରାଯାଇଥିଲା। କକପିଟ୍ ଭଏସ ରେକର୍ଡର (ସିଭିଆର)ରେ ପ୍ରାୟ କୌଣସି କଥାବାର୍ତ୍ତା ରେକର୍ଡ ହୋଇନି। କେବଳ ଅନ୍ତିମ ଶବ୍ଦ ଓ ସିଟ୍ ହିଁ ରେକର୍ଡ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now