ରାଜ୍ୟସଭା ଯିବେ ନୀତିଶଙ୍କ ପୁଅ ନିଶାନ୍ତ- ପଲିଟିକ୍ସରେ ମାରିବେ ଗ୍ରାଣ୍ଡ୍ ଏଣ୍ଟ୍ରି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ରାଜନୀତିରେ ଖେଳିବେ ନୂଆ ଇନିଂସ। ରାଜନୀତିରେ ହେବ ନିଶାନ୍ତ କୁମାରଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରି। ନିଶାନ୍ତଙ୍କୁ ସିଧାସଳଖ ରାଜ୍ୟସଭା ଟିକଟ ଦେବାକୁ ଦଳ ଆପାତତଃ ନିଷ୍ପତ୍ତି ନେଇଛି। ଜେଡିୟୁ ନେତା ନୀରଜ କୁମାର ଏହି ସଙ୍କେତ ଦେଇଛନ୍ତି। ଜେଡିୟୁରୁ ରାଜ୍ୟସଭା ଯିବେ ନିଶାନ୍ତ କୁମାର। ରାମନାଥ ଠାକୁରଙ୍କ ଜାଗାରେ ରାଜ୍ୟସଭା ଯିବେ ନିଶାନ୍ତ। ରାମନାଥ ଠାକୁରଙ୍କ ରାଜ୍ୟସଭାର କାର୍ଯ୍ୟକାଳ ଶେଷ ହୋଇସାରିଛି। ରାମନାଥ ଠାକୁର ଜନନାୟକ କର୍ପୁରୀ ଠାକୁରଙ୍କ ପୁଅ ତଥା କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ। ଏହା ପୂର୍ବରୁ ଆକଳନ କରାଯାଇଥିଲା ଯେ, ରାମନାଥ ଠାକୁର ଲଗାତାର ତୃତୀୟ ଥର ରାଜ୍ୟସଭା ଯିବେ। ରାମନାଥ ବିହାର ବିଧାନସଭାର ପରିଷଦ ସଦସ୍ୟ ରହିସାରିଛନ୍ତି। ୨୦୦୫ରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ୨୦୦୫ରୁ ୨୦୧୦ ଯାଏ ବିହାର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ବିହାରରେ ଯେଉଁ ସାଂସଦଙ୍କ କାର୍ଯ୍ୟକାଳ ପୁରା ହେଉଛି, ସେଥିରେ ରାମନାଥ ଠାକୁରଙ୍କ ବ୍ୟତୀତ ହରିବଂଶ ନାରାୟଣ ସିଂ ବି ସାମିଲ୍ ଅଛନ୍ତି। ଏହା ବ୍ୟତୀତ ଉପେନ୍ଦ୍ର କୁଶଓ୍ୱାହା, ପ୍ରେମଚନ୍ଦ୍ର ଗୁପ୍ତା ଓ ଅମରେନ୍ଦ୍ରଧାରୀ ସିଂଙ୍କ ନାଁ ବି ସାମିଲ୍ ଅଛି। ବିହାରରେ ରାଜ୍ୟସଭାରେ ୫ଟି ଆସନରେ ହେବ ଭୋଟ୍। ଏଥିରେ ସଂଖ୍ୟା ଗଣିତ ଦେଖିଲେ ଦୁଇଟି ଲେଖାଏଁ ଆସନରେ ବିଜେପି ଓ ଜେଡିୟୁ ଜିତିବା ପକ୍କା। ନିଶାନ୍ତ କୁମାରଙ୍କ ରାଜନୀତିରେ ଆସିବା ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଚାଲିଥିଲା। କିନ୍ତୁ ହୋଲିର ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଖାସ୍ ଅନୁଗତ ତଥା କ୍ୟାବିନେଟ୍ ମନ୍ତ୍ରୀ ଶ୍ରବଣ କୁମାର ଏଥିରେ ମୋହର ଲଗାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *