୧୭୦ ଦିନ ପରେ ଜେଲରୁ ବାହାରିଲେ ସୋନମ ଓ୍ୱାଙ୍ଗଚୁକ୍- ଏନଏସଏ ହଟାଇଲା କେନ୍ଦ୍ର

ସୋନମ ଓ୍ୱାଙ୍ଗଚୁକଙ୍କ ଉପରେ ଲାଗିଥିବା ଏନଏସଏ ହଟାଇଦେଇଛନ୍ତି ସରକାର। ୧୭୦ ଦିନ ପରେ ଜୋଧପୁର ଜେଲରୁ ବାହାରିଲେ ସୋନମ। ଲେହ ହଂସା ପରେ ଜେଲରେ ଥିଲେ ସୋନମ। ଲଦାଖର ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମଙ୍କ ଉପରେ ଲାଗିଥିଲା ଜାତୀୟ ନିରାପତ୍ତା ଆକ୍ଟ। ସରକାର ଏହାକୁ ଆଜି ତତ୍କାଳ ସମାପ୍ତ କରି ଏହାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦେଶ ଦେଇଥିଲେ। ଗୃହ ମନ୍ତ୍ରାଳୟ ଅନୁସାରେ, ଏନଏସଏ ଆକ୍ଟ ଆଧାରରେ ନିଜ ଜେଲ୍ ଅବଧିର ପ୍ରାୟ ଅଧା ପୂରଣ କରିସାରିଛନ୍ତି। ଏହା ପରେ ସୋନମଙ୍କ ପତ୍ନୀ ଗୀତାଞ୍ଜଳି ସକାଳ ୧୦ଟାରେ ଜୋଧପୁର ଜେଲ ପହଞ୍ଚିଥିଲେ। ଏହା ପରେ ଆବଶ୍ୟକୀୟ ନଥିପତ୍ର କାମ ସରିବା ପରେ ଦିନ ସାଢ଼େ ଗୋଟାଏରେ ପତ୍ନୀଙ୍କ ସହ  ଜେଲରୁ ବାହାରିଥିଲେ ସୋନମ। ସୋନମ ଓ୍ୱାଙ୍ଗଚୁକଙ୍କ ଅନଶନ ଅବସରରେ ସେପ୍ଟେମ୍ୱର ୨୪, ୨୦୨୫ରେ ଲେହରେ ହିଂସା ହୋଇଥିଲା। ଦୁଇ ଦିନ ପରେ ୨୬ ସେପ୍ଟେମ୍ୱରରେ ଏନଏସଏ ଆଧାରରେ ଓ୍ୱାଙ୍ଗଚୁକଙ୍କୁ ପୁଲିସ ହେପାଜତକୁ ନେଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଲଦାଖରୁ ପ୍ରାୟ ୧୫ଶହ କିଲୋମିଟର ରାଜସ୍ଥାନର ଜୋଧପୁର ଜେଲକୁ ସିଫ୍ଟ କରିଦିଆଯାଇଥିଲା। ୧୭୦ ଦିନ ଜେଲରେ ରହିବା ପରେ ସେ ଆଜି ରିଲିଜ୍ ହୋଇଛନ୍ତି। ଏନଏସଏରେ ପୁଲିସ ହେପାଜତକୁ ଏମିତି ଲୋକଙ୍କୁ ନିଆଯାଏ, ଯିଏ ଦେଶର ସୁରକ୍ଷା ବା ସାର୍ବଜନୀକ ବ୍ୟବସ୍ଥା ପ୍ରତି ବିପଜ୍ଜନକ ସାଜନ୍ତି। ଏହି ଆକ୍ଟ ଅନୁସାରେ କୌଣସି ବ୍ୟକ୍ତିକୁ ସର୍ବାଧିକ ୧୨ ମାସ ଯାଏ ନଜରବନ୍ଦୀ ରଖାଯାଇପାରିବ। ଜୋଧପୁର ଜେଲକୁ ସିଫ୍ଟ କରିବା ପରେ ଅକ୍ଟୋବର ୩ରେ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ସୁପ୍ରିମକୋର୍ଟରେ ହେଭିଅସ କର୍ପସ ଫାଇଲ୍ କରି ଗିରଫଦାରିକୁ ଚ୍ୟାଲେଞ୍ଜ୍ କରିଥିଲେ। ଅକ୍ଟୋବର ୧୦ରେ ପ୍ରଥମ ଶୁଣାଣୀରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ଲଦାଖ ପ୍ରଶାସନକୁ ଜବାବ ତଲବ କରି ନୋଟିସ ଜାରି କରିଥିଲେ। ଫେବୃଆରୀ ୧୬, ୨୦୨୬ରେ ମେଡିକାଲ ରିପୋର୍ଟ ମାଗିଥିଲେ କୋର୍ଟ। ଫେବୃଆରୀ ଓ ମାର୍ଚ୍ଚରେ ୨୪ରୁ ଅଧିକ ଥର ମାମଲାର ଶୁଣାଣୀ ଲାଗି ଏହା ତାଲିକାଭୁକ୍ତ ହୋଇଥିଲା। ଆଉ ଆଜି ସରକାର ଓ୍ୱାଙ୍ଗଚୁକଙ୍କ ଉପରେ ଲାଗିଥିବା ଏନଏସଏକୁ ହଟାଇଦେଲେ। ଓ୍ୱାଙ୍ଗଚୁକଙ୍କ ଆବେଦନ ଉପରେ ଅନ୍ତିମ ଶୁଣାଣୀ ୧୭ ମାର୍ଚ୍ଚକୁ ଧାର୍ଯ୍ୟ ହୋଇଥିଲା। ହେଲେ ସରକାର ଏହି ନିଷ୍ପତ୍ତି ଦୁଇ ଦିନ ଆଗରୁ ନେଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଏହି ନିଷ୍ପତ୍ତି ଲଦାଖରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବାତାବରଣ ଲାଗି ନିଆଯାଇଛି। ଦୁଇ ଦିନ ପୂର୍ବରୁ ଓ୍ୱାଙ୍ଗଚୁକ ଏକ୍ସ-ରେ ଲେଖିଥିଲେ, ଲଦାଖ ପାଇଁ ନିର୍ମଳ ଭାବମୂର୍ତ୍ତିର ବାତାବରଣ ଜରୁରୀ। ସେ ସକ୍ରିୟ ଆକ୍ଟିଭିଟିରୁ ଦୂରେଇ ନାହାନ୍ତି। ଲଦାଖ ପାଇଁ ତାଙ୍କର ପ୍ରତିବଦ୍ଧତା ପୂର୍ବଭଳି ରହିଛି। ଏହାର ଉଦ୍ଦେଶ୍ୟ, ଲଦାଖ ପାଇଁ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଭବିଷ୍ୟତ ଦରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *