୩ଟି ଗୋରୁ କଣ୍ଟେନର ଜବତ

ବାଲେଶ୍ୱର: ୩ଟି ଗୋରୁ କଣ୍ଟେନର ଜବତ। ଖବର ପାଇ ଜଳେଶ୍ୱର ପୋଲିସ ପକ୍ଷରୁ ଲକ୍ଷ୍ମଣନାଥ ଟୋଲପ୍ଲାଜା ଅନତି ଦୂରରେ ଚଢ଼ାଉ କରାଯାଇଥିଲା। ସେଠାରୁ ୩ଟି ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଥିବା ବେଳେ ବାକି ଗାଡି ଗୁଡିକ ଫେରାର ହୋଇଯାଇ ଥିବା ସୂଚନା ମିଳିଛି। ୩ଟି କଣ୍ଟେନରୁ ୩୦୦ରୁ ଉର୍ଦ୍ଧ୍ୱ ଗୋରୁ ଜବତ ହୋଇଛି। ସୂଚନା ଅନୁଯାୟୀ, ଗୋରୁ ମାଫିଆମାନେ ପୋଲିସକୁ ଚକମା ଦେଇ ପ୍ରତ୍ୟେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ କରି ଆସୁଛନ୍ତି। ତେବେ ୧୫ରୁ ଅଧିକ କେଣ୍ଟନର ଦ୍ୱାରା ଗୋରୁ ଚୋରାଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗ ସୀମାରେ ଥିବା ବେଙ୍ଗଲ ପୋଲିସ ସେଗୁଡିକୁ ଓଡିଶାକୁ ଫେରାଇ ଦେଇଥିଲେ। ଖବର ପାଇ ଜଲଶ୍ୱର ପୋଲି ଚଢାଉ କରିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *