ଚାର୍ଜସିଟ ଦାଖଲ ନ ହେବା ପୂର୍ବରୁ ଦୁଷ୍କର୍ମ ପୀଡିତାଙ୍କ ବୟାନର ଖୁଲାସା ହେବନି
ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି। ଯେପର୍ଯ୍ୟନ୍ତ ମାମଲାକୁ ନେଇ କୋର୍ଟରେ ଚାର୍ଜସିଟ ବା ଚୂଡାନ୍ତ ରିପୋର୍ଟ ଦାଖଲ ହୋଇନାହିଁ, ସେପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନ୍ତର୍ଗତ ଦୁଷ୍କର୍ମ ପୀଡିତାଙ୍କ ବୟାନର ଖୁଲାସା କରାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ସିଜେଆଇ ଜଷ୍ଟିସ ୟୁ ୟୁ ଲଳିତ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଅବମାନନା ଯାଚିକାର ଶୁଣାଣି କାଳରେ ଏହି ଟପ୍ପଣୀ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏପରି ମାମଲା ସହ ଜଡିତ ଶୁଣାଣି ନିୟମରେ ପରିବର୍ତ୍ତନ ଓ ଆବଶ୍ୟକସ୍ଥଳେ ସଂଶୋଧନ କରିବାକୁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଦୁଷ୍କର୍ମକୁ ନେଇ ଏକ ଅବମାନନା ଯାଚିକା ଦାୟର କରି ଯାଚିକାକର୍ତ୍ତା ଅଭିଯୋଗ କରିଥିଲେ କି, ସିଆରପିସିର ଧାରା ୧୬୪ ଅନ୍ତର୍ଗତ ତାଙ୍କ ଦୁଷ୍କର୍ମ ପୀଡିତା ଝିଅର ବୟାନକୁ ଅଭିଯୁକ୍ତକୁ ଦିଆଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଟପ୍ପଣୀ ଦେଇ କହିଛନ୍ତି କି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କି ଆଇନର ପାଳନ ହେଉନାହିଁ। ତେବେ ଯାଚିକା ଉପରେ ସିଆରପିସିର ଧାରା ୧୬୪ ଅବମାନନା ଉପରେ କୋର୍ଟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।