DhenkanalLatest News

ଜାତୀୟ ପ୍ରଯୁକ୍ତି ବିଜ୍ଞାନ ଦିବସ ପାଳିତ

ଭୁବନ : ଓଡ଼ିଶା ବିଜ୍ଞାନ ମଣ୍ଡଳ, ଢ଼େଙ୍କାନାଳ ଶାଖା ଆନୁକୂଲ୍ୟରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ପ୍ରଯୁକ୍ତି ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ବିଜ୍ଞାନ ମଣ୍ଡଳ ଢ଼େଙ୍କାନାଳ ଶାଖା ସମ୍ପାଦକ ଅଧ୍ୟାପକ ଶୁଭମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହେଉଥିବା ଏହି ସେମିନାରରେ ପଦାର୍ଥ ବିଜ୍ଞାନୀ ତଥା ବାଜି ରାଉତ କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ଦାଶ ପରମାଣୁ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଚୀନ ଯୁଗରୁ ମହର୍ଷି କନ୍ନଡ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଓ ଷଷ୍ଠ ମଧ୍ୟରେ ଅଣୁ, ପରମାଣୁ ସମ୍ବନ୍ଧରେ ଆବିଷ୍କାର କରିଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଅଣୁ ଓ ପରମାଣୁ ସମ୍ବନ୍ଧରେ ଗବେଷଣା ଜାରି ରହିଛି । ଆଜିର ଦିନରେ ଭାରତ ପରମାଣୁ ବୋମା ପରୀକ୍ଷା କରି କରି ସଫଳତା ହାସଲ କରିଥିଲା ଓ ଭାରତ ପରମାଣୁ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା । ଆଇଆଇଟି ରୁକ୍‌କିର ପୂର୍ବତନ ଛାତ୍ର ଡ ସତ୍ୟ ତାପସ ପରମାଣୁ ଗବେଷଣା ଓ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାମାକ୍ଷା ନଗର ପ୍ରଧାନ ଆଚାର୍ଯ୍ୟ ଗୌର ଚରଣ ନନ୍ଦ, ଓଡ଼ିଶା ବିଜ୍ଞାନ ମଣ୍ଡଳ ଗଠନ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସ୍ୱାଗତ ଭାଷଣ ଦେଇ କୌଶଳ ସହ ପ୍ରଯୁକ୍ତିର ମିଳନରେ ଦେଶକୁ ବିକାଶଶୀଳ କରିବାରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ବିଜ୍ଞାନ ମଣ୍ଡଳ ଢ଼େଙ୍କାନାଳ ଜିଲ୍ଲା ସଂଯୋଜକ ପଦନ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button