
ଗୌହାଟୀ: ଆସାମ ଓ ନାଗାଲାଣ୍ଡ ସମୀବର୍ତ୍ତୀ କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ। କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲା ବୋକାଜନ ଅନ୍ତର୍ଗତ ଲାହୋରିଜାନରେ ବୁଧବାର ନିଆଁରେ ଜଳିଯାଇଛି ବହୁ ସଂଖ୍ୟାରେ ଘର, ଦୋକାନ। ନିଆଁ ଲାଗିବା ପରେ ବହୁ ଗ୍ୟାସ ସିଲିଣ୍ଡର ଫାଟିବାରୁ ନିଆଁ ଆଖିପିଛୁଳାକେ ଭୟଙ୍କର ରୂପ ନେଇଥିଲା। ଏହି ନିଆଁରେ ଗୋଟିଏ ଚାରି ଚକିଆ ଯାନ ସହ ତିନୋଟି ମୋଟର ସାଇକେଲ ପୋଡିଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ଦେଇଛନ୍ତି ବୋକାଜନ ଏସଡିପିଓ ଜନ ଦାସ।
ପୁଲିସ ଅନୁଯାୟୀ ନିଆଁ ଲାଗିବାରୁ ଅନ୍ୟୁନ ୧୦୦ଟି ଘର, ଦୋକାନ ପ୍ରତିଷ୍ଠାନ ପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟକୁ ନେଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ପୁଲିସ ପକ୍ଷ ସୂଚନା ରହିଛି।