ଦୁର୍ଘଟଣା
ସଡକ ଦୁର୍ଘଟଣାରେ ଆଇନଜୀବୀ ମୃତ

କଟକ: କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହାତ ହୋଇଛନ୍ତି। ମୃତକ ହେଲେ ନେମାଳ ଥାନା ଅଧିନ କମଳପୁର ଗାଁର ମହେନ୍ଦ୍ର ଜେନା। ସେ ସାଲେପୁର କୋର୍ଟରେ ଆଇନିଜୀବୀ ଭାବେ କାର୍ଯ୍ୟ କରନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମହେନ୍ଦ୍ରଙ୍କ ସହ ତାଙ୍କର ଆଉ ୩ଜଣ ବନ୍ଧୁ ଦ୍ରୁତ ଗତିରେ କାର ଚଳାଇ ଆସି ରାସ୍ତା ପାର୍ଶ୍ଵରେ ଥୁଆହୋଇଥିବା ଏକ ପୋକଲୀନ ମେସିନକୁ ଧକ୍କା ଦେଇଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯାଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ୍ୟୁ ଘୋଷମା କରିଛନ୍ତି। ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ କାର ଭିତରୁ ମଦ ବୋତଲ ଏବଂ ଏକ ସୁନା ବ୍ରେସଲେଟ୍ ଜବତ କରିଛି।