ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାରୀ ଜଙ୍ଗଲ ରେ ୩୫ ଟିକିଆ ହାତୀପଲ ଆସିଥିବା ଖବର ପାଇ, ମୁରିବାହାଲ ଫରେଷ୍ଟର ଧ୍ରୁବ ବଗର୍ତୀ ଙ୍କ ନେତୃତ୍ବ ରେ ଅନ୍ୟ ବନ କର୍ମଚାରୀ ଙ୍କ ସହ ଓମକାରୀ ବାଗ ମଧ୍ଯ ଜଙ୍ଗଲ ରେ ହାତୀ ଘଉଡାଇବା କୁ ଯାଇଥିଲେ । ହଠାତ ଦନ୍ତା ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଅନ୍ଯ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳ ରେ ବଲାଙ୍ଗୀର ଏସିଏଫ ମାନସ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିବାର କୁ ୬ ଲକ୍ଷ କ୍ଷତିପୂରଣ ଦେବାକୁ ଏସିଏଫ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now