ପଞ୍ଜାବ ଭଟିଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା। ନାଳକୁ ବସ ଖସି ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା କାରଣରୁ ସରଦୁଲଗଢ-ଭଟିଣ୍ଡା ରାସ୍ତାରେ ପଡୁଥିବା ଏକ ନାଳ ଉପରୁ ଗୋଟିଏ ବସ ତଳକୁ ଖସିପଡିଛି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଏବଂ ଏନଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବସଟି ନାଳକୁ କିପରି ଖସିଲା ତାହାର ଯାଞ୍ଚ ଜାରି ରହିଛି।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now