ଯୋଡ଼ା ଗୁରୁବେଡ଼ା ଛକ ନିକଟରେ ଦୁର୍ଘଟଣା

 ଯୋଡ଼ା ଗୁରୁବେଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ଫସି ରହିଥିଲେ । ବାମେଵାରୀ ପୋଲିସ ଓ ରେଳ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କଟରରେ କାଟି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଆହତ  ଡ୍ରାଇଭର ଝାଡ଼ଖଣ୍ଡ କୋଡରମା ଅଞ୍ଚଳର ସଞ୍ଜୟ ୟାଦବଙ୍କୁ ଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ତେବେ ରେଲୱେ ଟ୍ରାକ ଉପର ଦେଇ ଯାଇଥିବା ୨୫ ହଜାର ଭୋଲ୍ଟ ତାରକୁ ଡେଇଁ ଟ୍ରକଟି ଖସିବା ଯୋଗୁଁ ଆହୁରି ବଡ଼ ଅଘଟଣ ହେବାରୁ ବର୍ତ୍ତିଯାଇଥିଲା ।  ଟ୍ରକଟି ରେଲୱେ ଟ୍ରାକରେ ପଡ଼ିଥିବା କାରଣରୁ ବାଂଶପାଣି – ଜରୋଳି ରୁଟ୍ ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଟ୍ରକକୁ ହଟାଇ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛି ରେଳ ବିଭାଗ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *