ମହୁମାଛି ଆକ୍ରମଣରେ ଗୋଟିଏ ପରିବାର ୪ଜଣଙ୍କ ମୃତ୍ୟୁ

ଝାଡ଼ଖଣ୍ଡର ରାଞ୍ଚି ଟୁପୁଡାନା ଓପି ଅଞ୍ଚଳରେ ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ଦୁଇ ଝିଅ ଏବଂ ମହିଳାଙ୍କ ସମ୍ପର୍କୀୟ ଭାଇ ଥିବା ସୂଚନା। ମହିଳା ଜଣକ ତାଙ୍କ ଝିଅ ଓ ଭାଇଙ୍କ ସହ ଗାଁ ନିକଟସ୍ଥ ଏକ କ୍ଷେତରେ ଥିବା ଏକ ଛୋଟ ଜଳାଶୟରେ ଗାଧୋଇବାକୁ ଯାଇଥିବା ବେଳେ ନିକଟସ୍ଥ ବୁଦାରେ ଥିବା ମହୁମାଛିମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ମହିଳା ଜଣକ ତାଙ୍କ ଦୁଇ ଝିଅଙ୍କ ସହ ଏକ ଗାତକୁ ଡେଇଁ ପଡ଼ିଥିଲେ।ତାଙ୍କ ଆହତ ଭାଇ କୌଣସି ପ୍ରକାରେ ଗାଁକୁ ପଳାଇ ଯାଇ ଘଟଣା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ। ତେବେ ଖବରପାଇ ସ୍ୱାଜନ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଏଠାରେ ଆହତ ଶିଶୁକୁ ଚିକିତ୍ସା ପାଇଁ ରିମ୍ସକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *