ଦୁର୍ଘଟଣାରାଜ୍ୟ

ମିନି ବସ୍ ଦୁର୍ଘଟଣା : ୧୧ ମୃତ, ୨୫ ଗୁରୁତର

ଜାମ୍ମୁ କାଶ୍ମୀର: ଜାମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୁଞ୍ଚ ଜିଲ୍ଲାର ସଜିଆନରୁ ଏକ ମିନି ବସ୍ ମଣ୍ଡି ଯାଉଥିବା ବେଳେ ଖାଇ ଭିତରକୁ ଖସିପଡିଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଞ୍ଚରେ ହୋଇଥିବା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜାମ୍ମୁ-କାଶ୍ମୀର ଉପଜିଲ୍ଲାପାଳ ମନୋଜ ସିହ୍ନା ଗମ୍ଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କା ରାଶି ଦେବାପାଇଁ ଘୋଷଣା କରିଛନ୍ତି।  

Related Articles

Leave a Reply

Your email address will not be published.

Back to top button