ଦୁର୍ଘଟଣା

ଦୁର୍ଘଟଣା ଗ୍ରସ୍ତ ଯାତ୍ରୀବାହୀ ବସ୍

ଯାଜପୁର: ଯାଜପୁର ପାଣିକୋଇଲି ଥାନା ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ। ଆଜି ଭୋର ସମୟରେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଉତ୍ତରପ୍ରଦେଶ ଫେରୁଥିବା ଏକ ଘରୋଇ ବସ ସାହପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୮୦ଜଣ ଯାତ୍ରୀ ଥିବାବେଳେ ପାଣିକୋଇଲି ପୋଲିସ  ଘଟଣା ସ୍ଥଳରେ ପହଞ୍ଚି 20ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ଉଦ୍ଧାର କରି ଟାଉନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button