ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ ସହ ଟାଟା ଏସି ଗାଡିର ଧକ୍କା ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସୁଚନା ମୁତାବକ ମଧ୍ୟ ରାତ୍ରୀରେ ପିତଳ ଗ୍ରାମ ଛକ ନିକଟ ରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଅପର ପକ୍ଷରୁ ଏକ ଟାଟାଏସି ଗାଡ଼ି ଆସି ଧକ୍କା ଦେଇଥିଲା। ତେବେ ଟାଟା ଏସି ଗାଡ଼ିରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏବେ ସୁଧା ମିଳି ପାରି ନାହିଁ। ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଖବରପାଇ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ ଜାରି କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *