ଭୁବନେଶ୍ବର ଜାଭିୟର ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା କାର, ପିକଅପ୍ ଭ୍ୟାନ ଓ ଅଟୋ । ସିରିଜ ଦୁର୍ଘଟଣାରେ ୭ରୁ ଅଧିକ ବ୍ୟକ୍ତି ଆହତ ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜାଭିଅର ଛକରେ ଗମନାଗମନ ପ୍ରଭାବିତ ହୋଇଛି। ସମ୍ଭବତଃ ଗାଡ଼ି ଚାଳକଙ୍କର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ଜଣେ ମଦ୍ୟପ ଚାଳକଙ୍କ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଜଣେ କାର୍ ଚାଳକଙ୍କୁ ଅଟକ ରଖିଛି।
ସେପଟେ ଜାଭିଅର ଛକରେ ପୋଲିସ -ଜନତା ଧସ୍ତାଧସ୍ତି ହୋଇଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଛାଡୁନାହାନ୍ତି ଲୋକେ । ପିସିଆର ଭ୍ୟାନକୁ ଘେରି ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now