ଗଙ୍ଗା ଦଶହରାରେ ଅଘଟଣ : ଡଙ୍ଗା ବୁଡି ୬ ଯାତ୍ରୀ ନିଖୋଜ

Spread the love

ବିହାର ପାଟନାରେ ଅଘଟଣ । ଗଙ୍ଗା ଦଶହରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ଦେବାକୁ ଗଙ୍ଗା ନଦୀକୂଳରେ ଭିଡ ଜମାଇଥିଲେ। ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ଅନ୍ୟ ୬ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଡଙ୍ଗାରେ ଥିବା ଲୋକମାନେ ଗଙ୍ଗା ଦଶହରା ଅବସରରେ ଗାଧୋଇବାକୁ ଯାଉଥିଲେ, କିନ୍ତୁ ବନ୍ୟା ଜଳ ପ୍ରବାହରେ ଫସି ରହି ଦୁର୍ଘଟଣାର ଶିକାର ହୋଇଥିଲେ। ଅଘଟଣର ଖବର ପରେ ବିହାର ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏସଡିଆରଏଫ ଟିମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଙ୍ଗାନଦୀରେ ରେସ୍କ୍ୟୁ ଅପରେସନ ଜାରି ରହଛି ।

Leave a Reply

Your email address will not be published. Required fields are marked *