ଦିଲ୍ଲୀ ମେରଠ ଏକ୍ସପ୍ରେସ ୱେରେ ଦୁର୍ଘଟଣା, 6 ଜଣଙ୍କର ମୃତ୍ୟୁ

Spread the love

ଗାଜିଆବାଦ, ଦିଲ୍ଲୀ : ମେରଠ ଏକ୍ସପ୍ରେସ ୱେରେ ମଙ୍ଗଳବାର ସକାଳେ କ୍ରସିଂ ରିପବ୍ରିକ ଥାନା ଏଂଚଳରେ ସ୍କୁଲ ବସ ଓ କାର ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ନୋଏଡାର ବାଲ ଭାରତୀ ସ୍କୁଲର ଏକ ବସ ଦିଲ୍ଲୀର ଗାଜିପୁରରୁ ସିଏନଜି ଭର୍ତି କରି ଏକ୍ସପ୍ରେସ ୱେରେ ମେରଠ ଆଡକୁ ଓଲଟା ଦିଗରେ ଯାଉଥିଲା। ସେହି ସମୟରେ ମେରଠ ଆଡୁ ଆସୁଥିବା ଏକ କାର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *